ରେକର୍ଡ ଭାଙ୍ଗିଲା କରୋନାଜନିତ ମୃତ୍ୟୁ, 24 ଘଣ୍ଟାରେ 4529 ରୋଗୀଙ୍କର ମୃତ୍ୟୁ

ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ କ୍ରମାଗତ ହ୍ରାସ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ଯୋଗୁଁ 4529 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ କ୍ରମାଗତ ହ୍ରାସ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ଯୋଗୁଁ 4529 ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଏପର୍ଯ୍ୟନ୍ତ ଦୈନିକ ମୃତ୍ୟୁ ସଂଖ୍ୟରେ ସର୍ବାଧିକ ଅଟେ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ ଗୋଟିଏ ଦିନରେ 2 ଲକ୍ଷ 67 ହଜାର 334 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ 3 ଲକ୍ଷ 89 ହଜାର 851 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 54 ଲକ୍ଷ 96 ହଜାର 330କୁ ବୃଦ୍ଧି ପାଇଛି ଏବଂ ସୁସ୍ଥଙ୍କ ସଂଖ୍ୟା 2 କୋଟି 19 ହଜାର 86 ହଜାର 363 କୁ ବୃଦ୍ଧି ପାଇଛି ।

covid 19

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ କରୋନା ସକ୍ରିୟ ମାମଲା 32 ଲକ୍ଷ 26 ହଜାର 719 କୁ ଖସି ଆସିଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ କରୋନା ଯୋଗୁଁ ମୋଟ 2 ଲକ୍ଷ 83 ହଜାର 248 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜୀବାଣୁ ବିରୁଦ୍ଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ମୋଟ 18 କୋଟି 58 ଲକ୍ଷ 9 ହଜାର 302 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+