ହ୍ରାସ ପାଉଛି କରୋନା ସଂକ୍ରମଣ : 24 ଘଣ୍ଟା ମଧ୍ୟରେ 62 ହଜାର 480 ନୂଆ ସଂକ୍ରମିତ, 1587 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ 62 ହଜାର 480 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 88 ହଜାର 977 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 62 ହଜାର 480 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 88 ହଜାର 977 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି 1587 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 97 ଲକ୍ଷ 62 ହଜାର 793ରେ ପହଞ୍ଚିଛି । ଏହାବ୍ୟତୀତ 2 କୋଟି 85 ଲକ୍ଷ 80 ହଜାର 647 ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 3 ଲକ୍ଷ 83 ହଜାର 490 ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏଥି ସହିତ, ଯଦି ଆମେ ଦେଶରେ ସକ୍ରିୟ ମାମଲା ବିଷୟରେ କହିବା ତେବେ ମୋଟ 7 ଲକ୍ଷ 98 ହଜାର 656 ସକ୍ରିୟ ରୋଗୀ ଅଛନ୍ତି ।

ଅନ୍ୟପକ୍ଷରେ, କରୋନା ମହାମାରୀ ବିରୋଧରେ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମ ଅଧିନରେ ଦେଶରେ 26 କୋଟି 89 ଲକ୍ଷ 60 ହଜାର 399 ଡୋଜ କରୋନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+