154 ଦିନରେ ସର୍ବନିମ୍ନ କରୋନା ସଂକ୍ରମିତ ଚିହ୍ନଟ, ଗତ 24 ଘଣ୍ଟାରେ 25166 ନୂଆ ରୋଗୀ
ଗତ 24 ଘଣ୍ଟା ମଧ୍ୟରେ 25 ହଜାର 166 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ 154 ଦିନ ମଧ୍ୟରେ ସବୁଠାରୁ କମ୍ ।
ନୂଆଦିଲ୍ଲୀ : ଭାରତରେ କରୋନାର ନୂଆ ମାମଲାରେ ଏକ ବଡ଼ ହ୍ରାସ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 25 ହଜାର 166 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ 154 ଦିନ ମଧ୍ୟରେ ସବୁଠାରୁ କମ୍ । ଏଥି ସହିତ ଦେଶରେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ହୋଇଛି । ବର୍ତ୍ତମାନ ଭାରତରେ 3 ଲକ୍ଷ 69 ହଜାର 846 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି, ଯାହା ଗତ 146 ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ଦେଶର କରୋନାରୁ ସୁସ୍ଥ ହାର ବିଷୟରେ କହିବାକୁ ଗଲେ ଏହା 97.51 ପ୍ରତିଶତ ରହିଛି ।

ଅପରପକ୍ଷରେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 437 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହି ସମୟରେ 36 ହଜାର 830 ଜଣ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 22 ଲକ୍ଷ 50 ହଜାର 679 ରେ ପହଞ୍ଚିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 14 ଲକ୍ଷ 48 ହଜାର 754କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଏଯାବତ୍ କରୋନା କାରଣରୁ 4ଲକ୍ଷ 32 ହଜାର 79 ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ କରୋନା ଟୀକାକରଣ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ସଂକ୍ରମଣରୁ ରକ୍ଷା ପାଇପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 55 କୋଟି 11 ଲକ୍ଷ 51 ହଜାର 992 ଡୋଜ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 88 ଲକ୍ଷ 13 ହଜାର 919 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications