ପୁଣି ସତର୍କ ହେବାର ସମୟ ! 24 ଘଣ୍ଟା ମଧ୍ୟରେ 38,079 ମାମଲା ଏବଂ 560 ଜଣଙ୍କ ମୃତ୍ୟୁ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 79 ଜଣ ନୂଆ କରୋନା ସଂକ୍ରମିତ ଚିବ୍ନଟ ହେବା ସହ 560 ଜଣଙ୍କର ପ୍ରାଣହାନୀ ହୋଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ବିପର୍ଯ୍ୟୟ ଜାରି ରହିଛି ଏବଂ ଦୈନିକ ସଂକ୍ରମଣ 30 ହଜାରରୁ ଅଧିକ ରହୁଛି । ଶନିବାର ଦିନ ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 79 ଜଣ ନୂଆ କରୋନା ସଂକ୍ରମିତ ଚିବ୍ନଟ ହେବା ସହ 560 ଜଣଙ୍କର ପ୍ରାଣହାନୀ ହୋଇଛି ।

corona-virus

ଉଲ୍ଲେଖନୀୟ କଥା ହେଉଛି, ଏହି ସପ୍ତାହରେ ମଙ୍ଗଳବାର ଦିନ, 118 ଦିନ ପରେ କରୋନା ସଂକ୍ରମଣରେ ବଡ଼ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା, ଯେତେବେଳେ ଦୈନିକ ସଂକ୍ରମଣ ମାମଲା 31 ହଜାର 443 ରେକର୍ଡ କରାଯାଇଥିଲା, କିନ୍ତୁ ଗତ 4 ଦିନ ମଧ୍ୟରେ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଗତ 24 ଘଣ୍ଟାରେ 43 ହଜାର 916 ଜଣ ରୋଗୀ ସୁସ୍ଥ ହେବା ସହ ଦେଶର ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 2 ଲକ୍ଷ 27 ହଜାର 792ରେ ପହଞ୍ଚିଛି ।

ଯଦିଓ ଆଶ୍ୱସ୍ତିକର ଖବର ହେଉଛି ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହା 97.31 ପ୍ରତିଶତରେ ପହଞ୍ଚିଛି । ସୁସ୍ଥ ହାରରେ ବୃଦ୍ଧି ହେତୁ କରୋନା ସକ୍ରିୟ ମାମଲା ବର୍ତ୍ତମାନ 4 ଲକ୍ଷ 24 ହଜାର 25 କୁ ହ୍ରାସ ପାଇଛି । ଏଥି ସହିତ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 44 କୋଟି 20 ଲକ୍ଷ 21 ହଜାର 954 ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତ ଗୋଟିଏ ଦିନରେ 19 ଲକ୍ଷ 98 ହଜାର 715 ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+