ହ୍ରାସ ପାଉଛି ସଂକ୍ରମଣ : 24 ଘଣ୍ଟା ମଧ୍ୟରେ 2.81 ଲକ୍ଷ ନୂଆ ସଂକ୍ରମିତ, ସୁସ୍ଥ ହେଲେ 3.78 ଲକ୍ଷ ରୋଗୀ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଗତ ଗୋଟିଏ ଦିନରେ 2 ଲକ୍ଷ 81 ହଜାର 386 ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ 3 ଲକ୍ଷ 78 ହଜାର 741 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସର ଦ୍ୱିତୀୟ ଲହର ବର୍ତ୍ତମାନ କିଛି ମାତ୍ରାରେ ହ୍ରାସ ପାଉଥିବା ଲକ୍ଷ କରାଯାଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ତିନି ଲକ୍ଷରୁ କମ୍ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଗତ ଗୋଟିଏ ଦିନରେ 2 ଲକ୍ଷ 81 ହଜାର 386 ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ 3 ଲକ୍ଷ 78 ହଜାର 741 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ତେବେ କରୋନାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇନାହିଁ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4106 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

corona-virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ନୂତନ ସଂକ୍ରମଣ ତୁଳନାରେ ରୋଗରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ କରୋନା ସକ୍ରିୟ ମାମଲା 35 ଲକ୍ଷ 16 ହଜାର 997 କୁ ଖସି ଆସିଛି । ଏଥି ସହିତ କରୋନା ଯୋଗୁଁ ମୋଟ 2 ଲକ୍ଷ 74 ହଜାର 390 ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 18 କୋଟି 29 ଲକ୍ଷ 26 ହଜାର 460 ଡୋଜ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+