ଦୈନିକ କରୋନା ସଂକ୍ରମଣରେ ହ୍ରାସ, 24 ଘଣ୍ଟା ମଧ୍ୟରେ 2542 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62 ହଜାର 224 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 1 ଲକ୍ଷ 7 ହଜାର 628 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 2542 ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62 ହଜାର 224 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 1 ଲକ୍ଷ 7 ହଜାର 628 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 2542 ଜଣଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ, ଯଦି ଦେଶରେ କରୋନା ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ, ଦେଶରେ 8 ଲକ୍ଷ 65 ହଜାର 432 ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 79 ହଜାର 573 ରେ ପହଞ୍ଚିଛି । ଦେଶରେ କରୋନା ଚିହ୍ନଟ ହେବା ପର ଠାରୁ ମୋଟ 2.96 କୋଟି ମାମଲା ରିପୋର୍ଟ ହୋଇଛି । ତେବେ ଭଲ କଥା ହେଉଛି ବର୍ତ୍ତମାନ ଦେଶରେ ଅନେକ କରୋନା ଟିକା ଉପଲବ୍ଧ ଏବଂ ସାରା ଦେଶରେ କରୋନା ଟୀକାକରଣ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 26 କୋଟି 19 ଲକ୍ଷ 72 ହଜାର 014 ଟିକା ଡୋଜ୍ ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ, 28 ଲକ୍ଷ 458 ଡୋଜ୍ କରୋନା ଟିକା ଦିଆଯାଇଛି । ଦେଶର କରୋନା ସୁସ୍ଥ ହାର 95.80 ପ୍ରତିଶତକୁ ବୃଦ୍ଧି ପାଇଛି ।












Click it and Unblock the Notifications