କାୟା ମେଲାଉଛି କରୋନା, ଗତ 24 ଘଣ୍ଟାରେ 2ଲକ୍ଷ 17ହଜାର ସଂକ୍ରମିତ ଚିହ୍ନଟ, 1185 ରୋଗୀ ମୃତ
ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 17 ହଜାର 353 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ବିସ୍ତାର ବଢିବାରେ ଲାଗିଛି । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 17 ହଜାର 353 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 1185 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଗୋଟିଏ ଦିନରେ 1ଲକ୍ଷ 18 ହଜାର 302ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1କୋଟି 42 ଲକ୍ଷ 91ହଜାର 917 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 1କୋଟି 25 ଲକ୍ଷ 47ହଜାର 866 ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେତୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇ 15 ଲକ୍ଷ 69ହଜାର 743 ରେ ପହଞ୍ଚିଛି । ଏଥି ସହିତ, କରୋନା ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ 1,74,308 ଜଣଙ୍କର ମୃତ୍ୟୁ ହୋଇଛି । ଉଲ୍ଲେଖନୀୟ କଥା ହେଉଛି, କରୋନା ଭାଇରସ ବିରୋଧରେ ଦେଶରେ ତୃତୀୟ ରାଉଣ୍ଡ ଟୀକାକରଣ ଅଭିଯାନ ଚାଲିଛି, ଯେଉଁଥିରେ ଏପର୍ଯ୍ୟନ୍ତ 11,72,23,509 ଲୋକଙ୍କୁ ଟୀକାକରଣ କରାଯାଇଛି ।












Click it and Unblock the Notifications