ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟା ମଧ୍ୟରେ 41806 ନୂଆ ରୋଗୀ ଚିହ୍ନଟ, 81 ଜଣଙ୍କର ମତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 806 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନାରୁ 39 ହଜାର 130 ଜଣ ​​ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ କରୋନା ଯୋଗୁଁ 581 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଆଜି ଦେଶରେ ନୂଆ କରୋନା ସଂକ୍ରମିତ ସଂଖ୍ୟାରେ ପୁଣି ବୃଦ୍ଧି ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 806 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନାରୁ 39 ହଜାର 130 ଜଣ ​​ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ କରୋନା ଯୋଗୁଁ 581 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ କରୋନା ରୋଗୀ 30 କୋଟି 98 ଲକ୍ଷ 7 ହଜାର 880 ରେ ପହଞ୍ଚିଛି, ସେଥିମଧ୍ୟରୁ 30 କୋଟି 14 ଲକ୍ଷ 3 ହଜାର 850 ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ଦେଶରେ କରୋନାର ମୋଟ 4 ଲକ୍ଷ 32 ହଜାର 41 ଜଣ ସକ୍ରିୟ ରୋଗୀ ଥିବାବେଳେ ଭାରତରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 11 ହଜାର 989 ଲୋକ ପ୍ରାଣ ହରାଇଛନ୍ତି ।

କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷ 97 ହଜାର 58 ଡୋଜ୍ କରୋନା ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ 39 କୋଟି 13 ଲକ୍ଷ 40 ହଜାର 491 ଡୋଜ କରୋନା ଦିଆଯାଇଛି ।

ବର୍ତ୍ତମାନ କରୋନାରୁ ସୁସ୍ଥ ହାର 96.28 ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ କରୋନା ମାମଲା ବିଷୟରେ କହିବାକୁ ଗଲେ ସଂକ୍ରମଣର ମାତ୍ର 1.39 ପ୍ରତିଶତ ସକ୍ରିୟ ଅଛନ୍ତି । ଏଥି ସହିତ ଦେଶରେ ମୋଟ 43.80 କୋଟି କରୋନା ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+