75 ଦିନରେ ସର୍ବନିମ୍ନ ସଂକ୍ରମଣ : ଗତ 24 ଘଣ୍ଟାରେ 60 ହଜାର 471 ମାମଲା,ସୁସ୍ଥ ହାର 95.64 ପ୍ରତିଶତ

ଏହି ସମୟରେ ଦେଶରେ 60 ହଜାର 471 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 1 ଲକ୍ଷ 17 ହଜାର 525 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ସହ କରୋନା ସଂକ୍ରମଣର ନୂଆ ମାମଲା ମଧ୍ୟ କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ମାମଲା ଲୋକଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ସମୟରେ ଦେଶରେ 60 ହଜାର 471 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 1 ଲକ୍ଷ 17 ହଜାର 525 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ, କରୋନା ଯୋଗୁଁ 2726 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ଦେଶରେ କରୋନାର ମୋଟ ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଦେଶରେ 91 ଲକ୍ଷ 33 ହଜାର 778 ଜଣ ସକ୍ରିୟ ରୋଗୀ ରହିଛନ୍ତି । ଦୁଃଖର ବିଷୟ ଏପର୍ଯ୍ୟନ୍ତ 3 ଲକ୍ଷ 77ହଜାର 31 ଜଣଙ୍କର ଭାରତରେ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ମୋଟ 2କୋଟି 95 ଲକ୍ଷ 70 ହଜାର 881 ଜଣ ସଂକ୍ରମିତ ହୋଇଛନ୍ତି ।

କରୋନା ଯୁଦ୍ଧ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ ଅଧିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 25 କୋଟି 90 ଲକ୍ଷ 44 ହଜାର 72 ଡୋଜ୍ ଟିକା ଦିଆଯାଇଛି । ଏହା ସହିତ ଦେଶରେ କରୋନା ପରୀକ୍ଷଣର ଗତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ, ଜୁନ୍ 14 ପର୍ଯ୍ୟନ୍ତ ଦେଶରେ 38 କୋଟି 13 ଲକ୍ଷ 75 ହଜାର 984 ଲୋକଙ୍କ କରୋନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ 14 ଜୁନରେ କେବଳ 17 ଲକ୍ଷ 51 ହଜାର 358 ଜଣଙ୍କୁ ପରୀକ୍ଷା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+