For Quick Alerts
Turn On Notification  
For Daily Alerts
Oneindia App Download

ହ୍ରାସ ପାଉଛି ଦୈନିକ ସଂକ୍ରମଣ ମାମଲା : ଗତ 24 ଘଣ୍ଟାରେ 3.26 ଲକ୍ଷ ସଂକ୍ରମିତ ଚିହ୍ନଟ, 3890 ଜଣଙ୍କର ମୃତ୍ୟୁ

ଶନିବାର (ମେ 15) ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 26 ହଜାର 98 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 3 ଲକ୍ଷ 53 ହଜାର 299 ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସୁଛି ଆଶ୍ୱସ୍ତିକର ଖବର । ଦୈନିକ ସଂକ୍ରମିତ ମାମଲା ସଂଖ୍ୟା ହ୍ରାସ ପାଇବା ସହ ବୃଦ୍ଧି ପାଉଛି ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା । କିଛି ଦିନ ପୂର୍ବରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ ଅତିକ୍ରମ କରୁଥିଲା, କିନ୍ତୁ ବର୍ତ୍ତମାନ ଏହା 3.5 ଲକ୍ଷରୁ କମ୍ ରହିଛି ।

corona-virus

ଶନିବାର (ମେ 15) ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 26 ହଜାର 98 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 3 ଲକ୍ଷ 53 ହଜାର 299 ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ 3 ହଜାର 890 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯଆଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 2 ଲକ୍ଷ 66 ହଜାର 207 କୁ ବୃଦ୍ଧି ପାଇଛି ।

ଏହା ବ୍ୟତୀତ ଭାରତରେ ବର୍ତ୍ତମାନ 36 ଲକ୍ଷ 73 ହଜାର 802 ସକ୍ରିୟ ମାମଲା ଅଛି । ଏଥି ସହିତ, ଡିସଚାର୍ଜ ହୋଇଥିବା ମୋଟ ମାମଲା ସଂଖ୍ୟା 2 କୋଟି 4 ଲକ୍ଷ 2 ହଜାର 898 କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା କୋଟି 43 ଲକ୍ଷ 72 ହଜାର 907ରେ ପହଞ୍ଚିଛି । ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଟୀକାକରଣ ଅଧିନରେ ଏପର୍ଯ୍ୟନ୍ତ 18 କୋଟି 4 ଲକ୍ଷ 57 ହଜାର 579 ଲୋକଙ୍କୁ ଟିକା ଦିଆଯାଇଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 11 ଲକ୍ଷ 3 ହଜାର 625 ଲୋକଙ୍କୁ ଟିକା ଦିଆଯାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ଭାରତରେ (ମେ 14) ଏପର୍ଯ୍ୟନ୍ତ 31 କୋଟି 30 ଲକ୍ଷ 17 ହଜାର 193 ଲୋକଙ୍କ କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ସମୟରେ, ଗୋଟିଏ ଦିନରେ 16 ଲକ୍ଷ 93 ହଜାର 93 ନମୁନା ପରୀକ୍ଷା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Increasing of Daily Recovered case and decreasing daily infected people numbers. More than 3.26 lakh people tested covid positive in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X