ବ୍ରେକ୍ ଲେସ୍ ହେଉଛି କରୋନା ; ଗୋଟିଏ ଦିନର 2ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି 2ଲକ୍ଷରୁ ଅଧିକ ସଂକ୍ରମିତ ।

ନୂଆଦିଲ୍ଲୀ : ବ୍ରେକ୍ ଲେସ୍ ହେଉଛି କରୋନା । ଦେଶରେ କରୋନା ଭାଇରସର ପ୍ରକୋପ କମିବାର ନା ଧରୁନି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ବଢିବାରେ ଲାଗିଛି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି 2ଲକ୍ଷରୁ ଅଧିକ ସଂକ୍ରମିତ ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ଦିନ ତଥ୍ୟ ପ୍ରକାଶ କରି କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2ଲକ୍ଷ 739ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା ବ୍ୟତୀତ ଗୋଟିଏ ଦିନରେ 1ହଜାର 38 ଜଣ କରୋନା ରୋଗରେ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଦେଶରେ ଗତକାଲି 93 ହଜାର 528 ଜଣ ରୋଗୀ ସୁସ୍ଥ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 40 ଲକ୍ଷ 74 ହଜାର 564 କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 1 କୋଟି 24 ଲକ୍ଷ 29 ହଜାର 564ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ରୋଗୀଙ୍କ କ୍ରମାଗତ ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ସଂଖ୍ୟା 14,71,877 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ 1,73,123 ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । କରୋନା ଭାଇରସକୁ ମାତ୍ ଦେବା ପାଇଁ ଦେଶରେ ଟୀକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଚାଲିଛି, ଯେଉଁଥିରେ ଏପର୍ଯ୍ୟନ୍ତ 11,44,93,238 ଡୋଜ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+