For Quick Alerts
Turn On Notification  
For Daily Alerts
Oneindia App Download

କମୁଛି ସଂକ୍ରମଣ ହାର, ଚିନ୍ତା ଘାରିଛି ମୃତ୍ୟୁ ସଂଖ୍ୟା : 24 ଘଣ୍ଟାରେ 70 ହଜାର ସଂକ୍ରମିତ ଚିହ୍ନଟ, 3921 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 70 ହଜାର 421 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ 72 ଦିନ ମଧ୍ୟରେ ଆଜି ସର୍ବନିମ୍ନ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି ।

|

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ କରୋନାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ଘାରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 70 ହଜାର 421 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ 72 ଦିନ ମଧ୍ୟରେ ଆଜି ସର୍ବନିମ୍ନ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି । ଏହା ବ୍ୟତୀତ ଏହି ସମୟରେ 3921 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 74 ହଜାର 305 କୁ ବୃଦ୍ଧି ପାଇଛି ।

corona-virus

ଏହା ବ୍ୟତୀତ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 95 ଲକ୍ଷ 10 ହଜାର 410 କୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 73 ହଜାର 185 ଜଣ ରହିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା 2 କୋଟି 81 ଲକ୍ଷ 62 ହଜାର 947 ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 25 କୋଟି 48 ଲକ୍ଷ 49 ହଜାର 301 ଡୋଜ୍ ଟିକା ଦିଆଯାଇଛି ।

'ଆଇସିଏମ୍ଆର୍‌' ତଥ୍ୟ ଅନୁସାରେ, କରୋନା ଚିହ୍ନଟ ପାଇଁ ଜୁନ୍ 13 ତାରିଖ ସୁଦ୍ଧା ସମୁଦାୟ 37 କୋଟି 91 ଲକ୍ଷ 24 ହଜାର 626 ନମୁନା ପରୀକ୍ଷା ସରିଛି । ଗତକାଲି 14 ଲକ୍ଷ 92 ହଜାର 152 ଟି ନମୁନାସ ପରୀକ୍ଷା ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports Lowest Positive Case within 24 hours during last 72 days.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X