118 ଦିନ ପରେ କରୋନା ସଂକ୍ରମଣରେ ସବୁଠାରୁ ବଡ ହ୍ରାସ, 24 ଘଣ୍ଟାରେ 31443 ନୂଆ ରୋଗୀ ଚିହ୍ନଟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31 ହଜାର 443 ଜଣ କରୋନା ରୋଗୀ ଚିହ୍ନଟ ହୋଇଛି, ଯାହା ଗତ 118 ଦିନ ମଧ୍ୟରେ ସର୍ବନିମ୍ନ ଦୈନିକ ମାମଲା ଅଟେ ।

ନୂଆଦିଲ୍ଲୀ : ଆଜି ଦେଶରେ କରୋନା ସଂକ୍ରମଣର କ୍ଷେତ୍ରରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31 ହଜାର 443 ଜଣ କରୋନା ରୋଗୀ ଚିହ୍ନଟ ହୋଇଛି, ଯାହା ଗତ 118 ଦିନ ମଧ୍ୟରେ ସର୍ବନିମ୍ନ ଦୈନିକ ମାମଲା ଅଟେ । ଏଥି ସହିତ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ମଧ୍ୟ ବୃଦ୍ଧି ପାଇଛି, ବର୍ତ୍ତମାନ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର 97.28 ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ 4ଲକ୍ଷ 31 ହଜାର 315 ସକ୍ରିୟ କରୋନା ମାମଲା ରହିଛି, ଯାହା ଗତ 109 ଦିନ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅପରପକ୍ଷରେ ଦିନକରେ 2020 ଆକ୍ରାନ୍ତଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।

corona-virus

ଗତ 24 ଘଣ୍ଟା ମଧ୍ୟରେ 49 ହଜାର 7 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଥିବାବେଳେ ସଂକ୍ରମିତ ରୋଗୀ ତୁଳନାରେ ସକ୍ରିୟ ମାମଲା 1.40 ପ୍ରତିଶତ ରହିଛି । ସାପ୍ତାହିକ ସଂକ୍ରମଣର ଗତି ମଧ୍ୟ ହ୍ରାସ ପାଇଛି ଏବଂ ଏହା 5 ପ୍ରତିଶତରୁ ଖସି 2.28 ପ୍ରତିଶତ ତଳେ ରହିଛି । କ୍ରମାଗତ 22 ଦିନ ପାଇଁ ଦୈନିକ ମାମଲା 3 ପ୍ରତିଶତରୁ କମ୍ ରହିଛି । ଏଥି ସହିତ ଦେଶରେ କ୍ରମାଗତ ଭାବରେ ବ୍ୟାପକ ପରିମାଣରେ କରୋନା ପରୀକ୍ଷା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 43.40 କୋଟି କରୋନା ନମୁନା ପରୀକ୍ଷା କରାଯାଇଛି ।

କରୋନା ଟୀକାକରଣ ବିଷୟରେ କହିବାକୁ ଗଲେ, 39.46 କୋଟି ଡୋଜ୍ କରୋନା ଟିକା ଦେଶର ରାଜ୍ୟଗୁଡିକୁ ବିତରଣ କରାଯାଇଛି ଏବଂ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ 1.91 କୋଟି ଡୋଜ ଉପଲବ୍ଧ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 37 କୋଟି 55ଲକ୍ଷ 38 ହଜାର 390 କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+