ପୁଣି ସତର୍କ ଘଣ୍ଟି ! 24 ଘଣ୍ଟାରେ 41,195 ନୂଆ ରୋଗୀ ଚିହ୍ନଟ, 490 ଜଣଙ୍କର ପ୍ରାଣହାନୀ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 195 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 490 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ସମୟରେ 39 ହଜାର 69 ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦୈନିକ ସଂକ୍ରମଣରେ କିଛି ଦିନ ସାମାନ୍ୟ ହ୍ରାସ ପରେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସାରା ଦେଶରେ ଚାଲିଥିବା କରୋନା ମହାମାରୀର ପୁଣି ଥରେ ସତର୍କ ସୂଚନା ଆସିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ କରୋନା ଦ୍ୱିତୀୟ ଲହରର ଭୟାବହତା ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ଅପେକ୍ଷା ସାମାନ୍ୟ ହ୍ରାସ ପରେ ଆଜି ପୁଣି 41 ହଜାରରୁ ଆଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 195 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 490 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ସମୟରେ 39 ହଜାର 69 ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ ଦେଶରେ 3 ଲକ୍ଷ 87 ହଜାର 987 ସକ୍ରିୟ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ନୂତନ ଆକଳନ ସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 20 ଲକ୍ଷ 77 ହଜାର 706 କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 12 ଲକ୍ଷ 60 ହଜାର 50 ରେ ପହଞ୍ଚିଛି । ଏହା ବ୍ୟତୀତ କରୋନା ସଂକ୍ରମଣ ହେତୁ ଦେଶର ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ 4 ଲକ୍ଷ 29 ହଜାର 669 ରୋଗୀଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ 52 କୋଟି 36 ଲକ୍ଷ 71 ହଜାର 19 ଡୋଜ କରୋନା ଜୀବାଣୁ ଟିକା ଦିଆଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 44 ଲକ୍ଷ 19 ହଜାର 627 ଡୋଜ୍ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+