ହ୍ରାସ ପାଇଲା କରୋନା ସଂକ୍ରମଣଙ୍କ ସଂଖ୍ୟା : ଗତ 24 ଘଣ୍ଟା ମଧ୍ୟରେ 37154 ନୂଆ ସଂକ୍ରମିତ, ସୁସ୍ଥ ହାର 97.22 ପ୍ରତିଶତକୁ ବୃଦ୍ଧି
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 154 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 39 ହଜାର 649 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ପ୍ରଭାବ ସମୟରେ ସଂକ୍ରମିତଙ୍କ ସଂଖ୍ୟାରେ ପୁଣି ହ୍ରାସ ପରିଲକ୍ଷିତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 154 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 39 ହଜାର 649 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭାରତର କରୋନାରୁ ପୁନରୁଦ୍ଧାର ବିଷୟରେ କହିବାକୁ ଗଲେ ଏହି ହାର ବର୍ତ୍ତମାନ 97.22 ପ୍ରତିଶତରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ 724 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଭାରତରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା 4 ଲକ୍ଷ 50 ହଜାର 899 ରେ ପହଞ୍ଚିଛି । ଏହା ବ୍ୟତୀତ ଦେଶରେ ଏଯାବତ୍ ମୋଟ 4 ଲକ୍ଷ 8 ହଜାର 899 ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 8 ଲକ୍ଷ 74 ହଜାର 376 ରେ ପହଞ୍ଚିଛି । ଅପରପକ୍ଷରେ 3 କୋଟି 14 ହଜାର 713 ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 12 ଳକ୍ଷ 35 ହଜାର 287 ଲୋକଙ୍କୁ କରୋନା ଟିକା ଦିଆଯାଇଥିବାବେଳେ ଦେଶରେ ଏପର୍ଯ୍ୟନ୍ତ 37 କୋଟି 73 ଲକ୍ଷ 52 ହଜାର 501 ଡୋଜ ଟିକା ଦିଆଯାଇଛି ।












Click it and Unblock the Notifications