ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3.48 ଲକ୍ଷ ନୂଆ ପଜିଟିଭ୍, 3.55 ଲକ୍ଷ ରୋଗୀ ହେଲେ ସୁସ୍ଥ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 48 ହଜାର 421 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ 3 ଲକ୍ଷ 55 ହଜାର 338 ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏହି ସମୟ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ କରୋନା କାରଣରୁ 4205 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 48 ହଜାର 421 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ 3 ଲକ୍ଷ 55 ହଜାର 338 ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏହି ସମୟ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ କରୋନା କାରଣରୁ 4205 ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 33 ଲକ୍ଷ 40 ହଜାର 938 କୁ ବୃଦ୍ଧି ପାଇଛି ଏବଂ ମୋଟ 1 କୋଟି 93 ଲକ୍ଷ 82 ହଜାର 642 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ 2 ଲକ୍ଷ 54ହଜାର 197 ଜଣଙ୍କର ପ୍ରାଣହାନୀ ହୋଇଛି । ଅବଶ୍ୟ, ଏହା ଏକ ଆଶ୍ୱସ୍ତିକର ଯେ ଦୈମନିକ ସଂକ୍ରମଣ ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ମୋଟ 37 ଲକ୍ଷ 4 ହଜାର 99 ଟି ସକ୍ରିୟ ମାମଲା ରହିଛି ।












Click it and Unblock the Notifications