କାୟା ମେଲାଉଛି କରୋନା : ଗତ 24 ଘଣ୍ଟାରେ 1.68 ଲକ୍ଷ ନୂଆ ମାମଲା ରେକର୍ଡ, 904 ମୃତ

ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1ଲକ୍ଷ 68 ହଜାର 912 ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ସର୍ବ ବୃହତ ଅଟେ ।

ନୂଆଦିଲ୍ଲୀ : ଦେଶରେ କରୋନା ପ୍ରଭାବ ଜାରି ରହିଛି । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1ଲକ୍ଷ 68 ହଜାର 912 ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ସର୍ବ ବୃହତ ଅଟେ । ନୂତନ ମାମଲା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1 କୋଟି 35 ଲକ୍ଷ 27 ହଜାର 717 କୁ ବୃଦ୍ଧି ପାଇଥିବାବେଳେ 24 ଘଣ୍ଟା ମଧ୍ୟରେ କରୋନା 904 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 70 ହଜାର 179 ରେ ପହଞ୍ଚିଛି । ଅପରପକ୍ଷରେ ଦେଶରେ 10 କୋଟି 45 ଲକ୍ଷ 28 ହଜାର 565 ଲୋକଙ୍କୁ କରୋନା ଟୀକାକରଣ କରାଯାଇଛି ।

corona-virus

କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ଛତିଶଗଡ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନିୟନ୍ତ୍ରିତ କରୋନାର ଗତି ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ଗତ 24 ଘଣ୍ଟା ମଧ୍ୟରେ 10 ହଜାର 774ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପ୍ରଶାସନ ଏବେ ଚିନ୍ତାରେ । ପରିସ୍ଥିତି ନିୟନ୍ତ୍ରଣକୁ ନଆସିଲେ ରାଜଧାନୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇପାରେ ବୋଲି ଦିଲ୍ଲୀ ସିଏମ କେଜ୍ରିୱାଲ ରବିବାର ସୂଚାଇ ଦେଇଛନ୍ତି ।

ଆଗାମୀ ଚାରି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମନ୍ତ୍ରଣାଳୟ

ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରି କହିଛି ଯେ ରାଜ୍ୟଗୁଡିକ କରୋନା ପରୀକ୍ଷାକୁ ବୃଦ୍ଧି କରିବା ଆବଶ୍ୟକ । ଗତ ବର୍ଷ ତୁଳନାରେ ଏଥର କରୋନା ଅଧିକ ଦ୍ରୁତ ଗତିରେ ବ୍ୟାପିଛି । ଏପରି ପରିସ୍ଥିତିରେ, ପରବର୍ତ୍ତୀ ଚାରି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, ତେଣୁ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁଶାସନ ସହିତ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ ।

ଦ୍ୱିତୀୟ ସ୍ଥାନରେ ଭାରତ

ସୂଚନାଯୋଗ୍ୟ, ରବିବାର ଦିନ ଭାରତରେ 1ଲକ୍ଷ 50ହଜାର ନୂଆ କରୋନା ମାମଲା ରେକର୍ଡ ହେବା ପରେ ସାରା ବିଶ୍ୱରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଆମେରିକା ପରେ ଭାରତ ବିଶ୍ୱର ଦ୍ୱିତୀୟ ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ଦେଢ଼ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+