କମୁନି କରୋନା ସଂକ୍ରମଣ : 140 ଦିନରେ ସର୍ବନିମ୍ନ ସକ୍ରିୟ ମାମଲା, 24 ଘଣ୍ଟା ମଧ୍ୟରେ 38353 ନୂଆ ରୋଗୀ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 353 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 40 ହଜାର 13 ରୋଗୀ ସୁସ୍ଥ ହୋଇଛନ୍ତି । ଏହି ସମୟରେ 497 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶରେ ଜାରି ରହିଛି କରୋନା ମହାମାରୀର ପ୍ରକୋପ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 353 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 40 ହଜାର 13 ରୋଗୀ ସୁସ୍ଥ ହୋଇଛନ୍ତି । ଏହି ସମୟରେ 497 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଦେଶରେ 140 ଦିନରେ ସର୍ବନିମ୍ନ ସକ୍ରିୟ ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ଦେଶରେ 3 ଲକ୍ଷ 86 ହଜାର 351 ସକ୍ରିୟ ରୋଗୀ ଅଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ନୂତନ ଆକଳନ ସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 20 ଲକ୍ଷ 36 ହଜାର 511 କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 3 କୋଟି 12 ଲକ୍ଷ 20 ହଜାର 981 ରେ ପହଞ୍ଚିଛି । ଏହା ବ୍ୟତୀତ କରୋନା ସଂକ୍ରମଣ ହେତୁ ଦେଶର ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ 4 ଲକ୍ଷ 29 ହଜାର 179 ରୋଗୀଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ 51 କୋଟି 90 ଲକ୍ଷ 80 ହଜାର 524 ଡୋଜ କରୋନା ଜୀବାଣୁ ଟିକା ଦିଆଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 41 ଲକ୍ଷ 38 ହଜାର 646 ଡୋଜ୍ ଦିଆଯାଇଛି ।












Click it and Unblock the Notifications