For Quick Alerts
Turn On Notification  
For Daily Alerts
Oneindia App Download

ହ୍ରାସ ପାଉନାହିଁ ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟା ମଧ୍ୟରେ 3403 ରୋଗୀଙ୍କର ମୃତ୍ୟୁ

ଶୁକ୍ରବାର ଦିନ ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 91 ହଜାର 702 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 3403 ଜଣଙ୍କର ମୃତ୍ୟୁ ହୋଇଛି ।

|

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଚିନ୍ତାର ବିଷୟ ପାଲଟିଛି କରୋନାଜନିତ ମୃତ୍ୟୁ ସଂଖ୍ୟା । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ପୁଣି ଥରେ 3 ହଜାରରୁ ଅଧିକ ରେକର୍ଡ କରାଯାଇଛି । ଶୁକ୍ରବାର ଦିନ ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 91 ହଜାର 702 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 3403 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ 1 ଲକ୍ଷ 34 ହଜାର 580 ରୋଗୀ ସୁସ୍ଥ ହୋଇଛନ୍ତି ।

corona-virus

ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 92 ଲକ୍ଷ 74 ହଜାର 823 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥଙ୍କ ସଂଖ୍ୟା 2 କୋଟି 77 ଲକ୍ଷ 90 ହଜାର 73 ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଯୋଗୁଁ 3 ଲକ୍ଷ 63 ହଜାର 79 ଲୋକ ପ୍ରାଣ ହରାଇଛନ୍ତି । ଆଶ୍ୱସ୍ତିକର ବିଷୟ ଯେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ କେବଳ 11 ଲକ୍ଷ 21 ହଜାର 671 ସକ୍ରିୟ ମାମଲା ରହିଛି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗୁରୁବାର ଦିନ କରୋନା ଭାଇରସ ଯୋଗୁଁ ସର୍ବାଧିକ 6148 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଥିଲା । ବିହାର ତାଲିକା ଯୋଗୁଁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି, ଯାହା ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଡିଟ୍ ପରେ ସଂଶୋଧିତ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 3403 death case and 91702 positive case in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X