କରୋନାରେ ଗୋଟିଏ ଦିନରେ ସର୍ବାଧିକ 6148 ଜଣଙ୍କର ମୃତ୍ୟୁ, ବିହାର ତାଲିକାରୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ 6148 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର କାରଣ ହେଉଛି ବିହାରର ସଂଶୋଧିତ ତାଲିକା ।

ନୂଆଦିଲ୍ଲୀ : ଦେଶରେ ଏପର୍ଯ୍ୟନ୍ତ କରୋନାଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ 6148 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର କାରଣ ହେଉଛି ବିହାରର ସଂଶୋଧିତ ତାଲିକା ଯେଉଁଥିରେ ବୁଧବାର ଦିନ ଗୋଟିଏ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 5,424 ରୁ 9,375 କୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷରୁ କମ୍ ରେକର୍ଡ ହୋଇଛି ଏବଂ 94 ହଜାର 52 ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

corona-virus

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବିହାର ସ୍ୱାସ୍ଥ୍ୟ ବିଭାଗ ବୁଧବାର ଦିନ କରୋନା ଭାଇରସ୍ କାରଣରୁ ମୃତ୍ୟୁର ସଂଶୋଧିତ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ହଠାତ୍ ଗୋଟିଏ ଦିନ ମଧ୍ୟରେ କରୋନା ମୃତ୍ୟୁରେ 73 ପ୍ରତିଶତ ବୃଦ୍ଧି ଘଟିଛି । ଏହାପୂର୍ବରୁ, ତାଲିକାରେ କରୋନା କାରଣରୁ 5,424 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା 9,375 କୁ ବୃଦ୍ଧି କରାଯାଇଛି । ଏହି ପ୍ରସଙ୍ଗରେ ବିବୃତ୍ତି ଜାରି କରି ବିହାର ସରକାର କହିଛନ୍ତି ଯେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ଅଡିଟ୍ କରାଯାଇଥିଲା, ଯେଉଁଥିରେ ଏକ ଜିଲ୍ଲା ମଧ୍ୟରେ ବିଭିନ୍ନ ଏଜେନ୍ସିର ଆକଳନରେ ପାର୍ଥକ୍ୟ ଦେଖିବାକୁ ମିଳିଥିଲା । ଏହି କାରଣରୁ ମୃତ୍ୟୁ ସଂଖ୍ୟା ତାଲିକାରେ ସଂଶୋଧନ କରାଯାଇଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 11 ଲକ୍ଷ 67 ହଜାର 952 କୁ ହ୍ରାସ ପାଇଥିବାବେଳେ ସାରା ଦେଶରେ ଗତ ଗୋଟିଏ ଦିନ ମଧ୍ୟରେ 1 ଲକ୍ଷ 51 ହଜାର 367 ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ସୁସ୍ଥଙ୍କ ସଂଖ୍ୟା 2 କୋଟି 76 ଲକ୍ଷ 55 ହଜାର 493 କୁ ବୃଦ୍ଧି ପାଇଛି । ସୁସ୍ଥ ହାରରେ କ୍ରମାଗତ ଉନ୍ନତି ହେତୁ ବର୍ତ୍ତମାନ ଦେଶରେ ଦେଶରେ କରୋନା ସକ୍ରିୟ ମାମଲା ହ୍ରସା ପାଉଛି । ଏପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ ମୋଟ 3 ଲକ୍ଷ 59 ହଜାର 676 ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 23 କୋଟି 90 ଲକ୍ଷ 58 ହଜାର 360 ଡୋଜ କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+