ପୁଣି ବଢୁଛି କରୋନା ସଂକ୍ରମଣ ମାମଲା, ଗତ 24 ଘଣ୍ଟାରେ 48786 ନୂଆ ରୋଗୀ ଚିହ୍ନଟ, 1005 ଜଣଙ୍କର ମୃତ୍ୟୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48 ହଜାର 786 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ 61 ହଜାର 588 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ହାରରେ ପୂର୍ବାପେକ୍ଷା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48 ହଜାର 786 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ 61 ହଜାର 588 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସକ୍ରିୟ ମାମଲା 5 ଲକ୍ଷ 23 ହଜାର 257 କୁ ହ୍ରାସ ପାଇଛି ।

corona-virus

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 2 କୋଟି 94 ଲକ୍ଷ 88 ହଜାର 918 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କ୍ରମାଗତ 49 ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ମଧ୍ୟ ବୃଦ୍ଧି ପାଇ ସୁସ୍ଥ ହାର 96.97 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ସକରାତ୍ମକତା ହାର ବିଷୟରେ କହିବାକୁ ଗଲେ ଏହା 5 ପ୍ରତିଶତରୁ କମ୍ ହୋଇ 2.64 ପ୍ରତିଶତ ରହିଛି । କ୍ରମାଗତ 24 ଦିନ ପାଇଁ ଦୈନିକ ସକରାତ୍ମକତା ହାର 5 ପ୍ରତିଶତରୁ କମ୍ ହୋଇ 2.54 ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 41 କୋଟି 20 ଲକ୍ଷ ଲୋକଙ୍କର କରୋନା ପରୀକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଟାକାକରଣ ଅଭିଯଆନ ଅଧିନରେ 33 କୋଟି 57 ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+