କମୁଛି ସଂକ୍ରମଣ, ବଢୁଛି ସୁସ୍ଥଙ୍କ ସଂଖ୍ୟା : 24 ଘଣ୍ଟାରେ 1.27 ଲକ୍ଷ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 27 ହଜାର 510 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ଅବଧି ମଧ୍ୟରେ 2 ହଜାର 795 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପ ଲାଗି ରହିଥିଲେ ମଧ୍ୟ ସାମ୍ନକୁ ଆସୁଛି ଆଶ୍ୱସ୍ତିକର ଖବର । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ସହ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢୁଥିବା ପରିଲକ୍ଷିତ ହେଉଛି । କିଛି ଦିନ ପୂର୍ବରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷରୁ ଅଧିକ ରହୁଥିବା ବେଳେ ବର୍ତ୍ତମାନ ଏହା ଦେଢ ଲକ୍ଷରୁ କମ୍ ରହୁଛି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୁଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 27 ହଜାର 510 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ଅବଧି ମଧ୍ୟରେ 2 ହଜାର 795 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ସେହିପରି ଦେଶରେ 254 ଘଣ୍ଟାରେ 2 ଲକ୍ଷ 55 ହଜାର 287 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 81 ଲକ୍ଷ 75 ହଜାର 44 ରେ ପହଞ୍ଚିଛି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ସୁଦ୍ଧା 3 କ୍ଷ 31 ହଜାର 895 ଜଣଙ୍କର କରୋନାରେ ପ୍ରାଣହାନୀ ହୋଇଛି । ଏବେ ଦେଶରେ 18 ଲକ୍ଷ 95 ହଜାର 520ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି 2 କୋଟି 59 ଲକ୍ଷ 747 ହଜାର 629 । ସେହିପରି ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ମୋଟ 21 କୋଟି 60 ଲକ୍ଷ 46 ହଜାର 638 ଜଣଙ୍କୁ ଟିକା ଦିଆଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+