କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ : ଚାରି ଲକ୍ଷ ଟପିଲା ଦୈନିକ ସଂକ୍ରମଣ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4 ଲକ୍ଷ 1 ହଜାର 993 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 91 ଲକ୍ଷ 64 ହଜାର 969 କୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4 ଲକ୍ଷ 1 ହଜାର 993 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 91 ଲକ୍ଷ 64 ହଜାର 969 କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟ ମଧ୍ୟରେ 3523 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଯାହା ପରେ ମୋଟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 11 ହଜାର 853 ରେ ପହଞ୍ଚିଛି ।

ଅପରପକ୍ଷରେ ବର୍ତ୍ତମାନ ଦେଶରେ 32 ଲକ୍ଷ 68 ହଜାର 710 ଜଣ ସକ୍ରିୟ ରୋଗୀ ଥିବାବେଳେ 1 କୋଟି 56 ଲକ୍ଷ 84 ହଜାର 406 ଜଣ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 15 କୋଟି 49 ଲକ୍ଷ 89 ହଜାର 635 ଡୋଜ୍ ଟିକା ଦିଆଯାଇଛି ।
ବିଶେଷ କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ଦିଲ୍ଲୀରେ ଗତ 24 ଘଣ୍ଟାରେ 27 ହଜାର 47 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ 375 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ 62 ହଜାର 919 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 828 ଜଣଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications