ଡରାଉଛି କରୋନା : ଗତ 24 ଘଣ୍ଟାରେ ସର୍ବାଧିକ 714 ମୃତ୍ୟୁ, 89 ହଜାର 129 ସଂକ୍ରମିତ ଚିହ୍ନଟ
ଶନିବାର (ଏପ୍ରିଲ୍ 03), ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ 89 ହଜାର129 ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏଥି ସହିତ ବର୍ଷର ଗତ 24 ଘଣ୍ଟାରେ ସର୍ବାଧିକ 714 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଶନିବାର (ଏପ୍ରିଲ୍ 03), ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ 89 ହଜାର129 ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏଥି ସହିତ ବର୍ଷର ଗତ 24 ଘଣ୍ଟାରେ ସର୍ବାଧିକ 714 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଯାହାକି ଦୈନନ୍ଦିନ ମାମଲାର ସର୍ବାଧିକ ବୋଲି ରେକର୍ଡ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର (ଏପ୍ରିଲ 03) ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ କୋଭିଡ -19 ର 89,129 ନୂଆ ମାମଲା ରୁଜୁ ହୋଇଛି, ଯାହା ପରେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ମାମଲା 1 କୋଟି 23 ଲକ୍ଷ 92 ହଜାର 260 କୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ମୋଟ 1 ଲକ୍ଷ 64 ହଜାର 110 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ରହିଛି 6 ଲକ୍ଷ 58 ହଜାର 909 । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 1 କୋଟି 15 ଲକ୍ଷ 69 ହଜାର 241 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ, କରୋନାରୁ 44,202 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଟୀକାକରଣ ଅଭିଯାନ ଅଧୀନରେ ପ୍ରାୟ 7,30,54,295 ଲୋକଙ୍କୁ କୋଭିଡ -19 ଟିକା ଦିଆଯାଇଛି ।












Click it and Unblock the Notifications