ଚଳିତ ବର୍ଷର ସର୍ବାଧିକ ଦୈନିକ ମାମଲା, 24 ଘଣ୍ଟାରେ ଚିହ୍ନଟ ହେଲେ 7,830 ଆକ୍ରାନ୍ତ

ନୂଆଦିଲ୍ଲୀ : ଦୈନିକ କରୋନା ମାମଲାରେ ଅହେତୁକ ବୃଦ୍ଧି ହୋଇଛି । ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ହେଉଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ହୋଇଛି । ଏପରିକି ଗତକାଲି ଚଳିକ ବର୍ଷର ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଯାହାକି 7 ହଜାର ପାର୍ କରିଛି ।

corona virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 7830 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 4692 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 40 ହଜାର 215 କୁ ବୃଦ୍ଧି ହୋଇଛି । ଏହି ସମୟରେ 16 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 76 ହଜାର 002 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 42 ଲକ୍ଷ 4 ହଜାର 771 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 016 ରୋଗୀ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+