Corona Update: 37 ହଜାର ପାର୍ ହେଲା ସକ୍ରିୟ ମାମଲା, ଗତ 24 ଘଣ୍ଟାରେ ପ୍ରାଣ ହରାଇଲେ 21 ଆକ୍ରାନ୍ତ
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ କରୋନା ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ସହିତ ସକ୍ରିୟ ମାମଲା ଅହେତୁକ ଭାବେ ବୃଦ୍ଧି ହେଉଛି । ଏପରିକି ବର୍ତ୍ତମାନ ଦୈନିକ ମାମଲା 5 ହଜାର୍ ପରେ ରହୁଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଖ୍ୟାରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 5676 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 3761 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 37 ହଜାର 093 କୁ ବୃଦ୍ଧି ହୋଇଛି । ଏହି ସମୟରେ 21 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 68 ହଜାର 172 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 42 ଲକ୍ଷ 079 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର ରୋଗୀ ପ୍ରାଣ ହରାଇଛନ୍ତି ।
ସାରା ଦେଶରେ କରୋନା ପାଇଁ ଜାରି ରହିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 220 କୋଟି 66 ଲକ୍ଷ 23 ହଜାର 885 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି କେବଳ 358 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications