କରୋନାଜନିତ ମୃତ୍ୟୁରେ ସାମାନ୍ୟ ବୃଦ୍ଧି, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 1335 ରୋଗୀ
ଗତ 24 ଘଣ୍ଟାରେ ସାରା ଦେଶରେ 1335 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 52 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1919 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହେଉଥିବା ବେଳେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ 1335 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 52 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1919 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ଦେଶରେ ମୋଟ 13 ହଜାର 672 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆ ତଥ୍ୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏଯାବତ୍ ମୋଟ 4 କୋଟି 30 ଲକ୍ଷ 25 ହଜାର 775 ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 4 କୋଟି 24 ଲକ୍ଷ 90 ହଜାର 922 ଜଣ ସୁସ୍ଥ ହୋଇସାରିଛନ୍ତି । ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃକଙ୍କ ସଂଖ୍ୟା 5 ଲକ୍ଷ 21 ହଜାର 181 ରେ ପହଞ୍ଚିଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 184 କୋଟି 31 ଲକ୍ଷ 89 ହଜାର 377 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 23 ଲକ୍ଷ 57 ହଜାର 917 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications