ପୁଣି ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟାରେ 1260 ରୋଗୀ ଚିହ୍ନଟ
ଗତ 24 ଘଣ୍ଟାରେ ସାରା ଦେଶରେ 1260 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 83 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1404 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହେଉଥିବା ବେଳେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ 1260 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 83 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1404 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ଦେଶରେ ମୋଟ 13 ହଜାର 445 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆ ତଥ୍ୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏଯାବତ୍ ମୋଟ 4 କୋଟି 30 ଲକ୍ଷ 27 ହଜାର 035 ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 4 କୋଟି 24 ଲକ୍ଷ 92 ହଜାର 326 ଜଣ ସୁସ୍ଥ ହୋଇସାରିଛନ୍ତି । ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃକଙ୍କ ସଂଖ୍ୟା 5 ଲକ୍ଷ 21 ହଜାର 264 ରେ ପହଞ୍ଚିଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 184 କୋଟି 52 ଲକ୍ଷ 44 ହଜାର 856 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 18 ଲକ୍ଷ 38 ହଜାର 552 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications