କମୁନି ଦୈନିକ ସଂକ୍ରମଣ, ଲକ୍ଷେ ପରେ ସକ୍ରିୟ ମାମଲା :ଗତ 24 ଘଣ୍ଟାରେ 17 ହଜାର ରୋଗୀ ଚିହ୍ନଟ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 17 ହଜାର 070 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହ ସମୟରେ 14 ହଜାର 413 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ନୂଆଦିଲ୍ଲୀ : ସାରା ଦେଶରେ ଲାଗି ରହିଥିବା କରୋନା ମହାମାରୀ ପ୍ରକୋପ ଥମିବାର ନାଁ ନେଉନି । ଦୈନିକ ସଂକ୍ରମଣ ମାମଲାରେ କୌଣସି ହ୍ରାସ ପରିଲକ୍ଷିତ ହେଉ ନଥିବା ବେଳେ ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା । ଏପରିକି ସକ୍ରିୟ ମାମଲା ଗତ ଦୁଇ ଦିନ ହେବ ଏକ ଲକ୍ଷ ପରେ ରହିଛି ।

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 17 ହଜାର 070 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହ ସମୟରେ 14 ହଜାର 413 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 07 ହଜାର 189 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି 23 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପରେ ସାରା ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 34 ଲକ୍ଷ 69 ହଜାର 234 ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ମିଶାଇ ଦେଶରେ ମୋଟ 4 କୋଟି 28 ଲକ୍ଷ 36 ହଜାର 906 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 5 ଲକ୍ଷ 25 ହଜାର 139 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 197 କୋଟି 74 ଲକ୍ଷ 71 ହଜାର 041 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 11 ଲକ୍ଷ 67 ହଜାର 503 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications