ରେକର୍ଡ ଭାଙ୍ଗିଲା କରୋନା ଭାଇରସ୍, ଗୋଟିଏ ଦିନରେ ଲକ୍ଷେ ଟପିଲା ସଂକ୍ରମଣ
ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ ହଜାର 558 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ 52 ହଜାର 847 ରୋଗୀ ଆରୋଗ୍ୟ ଲାଭ କରିବା ସହ ସଂକ୍ରମଣ ହେତୁ 478 ଜଣ ଲୋକ ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗୋଟିଏ ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ ହଜାର 558 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ 52 ହଜାର 847 ରୋଗୀ ଆରୋଗ୍ୟ ଲାଭ କରିବା ସହ ସଂକ୍ରମଣ ହେତୁ 478 ଜଣ ଲୋକ ପ୍ରାଣ ହରାଇଛନ୍ତି ।

ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 25 ଲକ୍ଷ 89 ହଜାର 67ରୋ ପହଞ୍ଚବା ସହ 1ଲକ୍ଷ 65 ହଜାର 101 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହାବ୍ୟତୀତ 1 କୋଟି 16 ଲକ୍ଷ 82 ହଜାର 136 ଜଣ ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦୈନନ୍ଦିନ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ହେତୁ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 7ଲକ୍ଷ 41 ହଜାର 830 କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ମଧ୍ୟରେ ସାମାଜିକ ଦୂରତା ଅନୁସରଣ କରିବା ସହିତ ବାହାରକୁ ଯିବାବେଳେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିବେଦନ କରିଛି । ଏହା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ 45 ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ କରୋନା ଭାଇରସ ଟୀକା ମିଳିବା ଉଚିତ୍ । ଉଲ୍ଲେଖନୀୟ କଥା ହେଉଛି, ଦେଶରେ ଏପର୍ଯ୍ୟନ୍ତ 7,91,05,163 ଲୋକଙ୍କୁ କରୋନା ଟୀକାକରଣ କରାଯାଇଛି ।












Click it and Unblock the Notifications