ବାହାନଗା ଟ୍ରେନ୍ ଦୁର୍ଘଟଣା : ଏବେ ବି ଚିହ୍ନଟ ହୋଇ ପାରୁନି 81 ମୃତଦେହ, DNA ରିପୋର୍ଟ ଅପେକ୍ଷାରେ ପରିବାର ଲୋକ
ଭୁବନେଶ୍ୱର : ବାହାନଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ତିନି ସପ୍ତାହ ପରେ ବିତିଗଲାଣି । ଏତେ ଦିନ ପରେ ବି ପରିବାର ଲୋକ ପାଇପାରୁନହାଁନ୍ତି ସମ୍ପର୍କୀୟଙ୍କ ମୃତଦେହ । ମୃତ ଦେହ ନେଲେ ଅନ୍ତିମ ସଂସ୍କାର କରିବାକୁ ଅନେଇ ବସିଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ । ଏବେ ବି 81 ମୃତଦେହ ଚିହ୍ନଟ ହୋଇପାରି ନାହିଁ ।

ମୃତଦେହ ଚିହ୍ନଟ ପାଇଁ DNA ପରୀକ୍ଷା କରାଯାଉଥିବାରୁ, ଏପର୍ଯ୍ୟନ୍ତ ଆସି ପାରୁନାହିଁ ରିପୋର୍ଟ । ଫଳରେ ମୃତ୍ୟୁ ହେବାର ତିନି ସପ୍ତାହ ପରେ ମଧ୍ୟ ହୋଇ ପାରି ନାହିଁ ଅନ୍ତିମ ସଂସ୍କାର । ଚିହ୍ନଟ ହୋଇପାରିନଥିବା ମୃତକଙ୍କ ପରିବାର ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି । ରାଜ୍ୟ ବାହାର ଲୋକ ଏମ୍ସ ପାଖାପାଖି ଭଡା ନେଇ ଅପେକ୍ଷା କରି ରହିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ (ସିଏଫ୍ଏସ୍ଏଲ୍)ରୁ ପରୀକ୍ଷା ରିପୋର୍ଟ ଆସିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ଭୁବନେଶ୍ୱର ଏମ୍ସରେ କଣ୍ଟେନରରେ ଏବେବି 81 ମୃତ ଦେହ ରହିଛି । ରିଚୟ ମିଳିନଥିବାରୁ ହସ୍ତାନ୍ତର କରିବାକୁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କୁହାଯାଉଛି ।
ଏପରିକି ଏମ୍ସ ନିକଟରେ ରାଜ୍ୟ ବାହାରୁ 35 ଜଣ ସେମାନଙ୍କ ସମ୍ପର୍କୀୟଙ୍କ ମୃତ ଦେହ ନେବାକୁ ଅପେକ୍ଷା କରି ରହିଛନ୍ତି । ଡିଏନ୍ଏ ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ଅନ୍ୟ 15 ଜଣ ଘରକୁ ଚାଲି ଯାଇଛନ୍ତି ବୋଲି ଜଣାପଡ଼ିଛି । ଏପରି ପରିସ୍ଥିତିରେ ଏହା କାର୍ଯ୍ୟକୁ ତ୍ୟରାନ୍ୱିତ କରି ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications