ଗାଜୀପୁର ସୀମା ରାସ୍ତାରୁ ହଟାଗଲା ଲୁହା ସ୍ପାଇକ୍

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଗାଜୀପୁର ସୀମାରେ ଦିଲ୍ଲୀ ପୋଲିସ୍ ଲଗାଇଖିବା ଲୁହା ସ୍ପାଇକ୍ ତଥା କଣ୍ଟାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ପୋଲିସ୍ ।

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଗାଜୀପୁର ସୀମାରେ ଦିଲ୍ଲୀ ପୋଲିସ୍ ଲଗାଇଖିବା ଲୁହା ସ୍ପାଇକ୍ ତଥା କଣ୍ଟାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ପୋଲିସ୍ । ଗଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀଙ୍କ ହିଂସା ପରେ ଚାଷୀମାନଙ୍କ ଦିଲ୍ଲୀ ପ୍ରବେଶକୁ ରୋକିବା ପାଇଁ ଦିଲ୍ଲୀର ବିଭିନ୍ନ ସୀମାର ରାସ୍ତାରେ ଲୁହା ସ୍ପାଇକ୍ ଲଗାଇବା ସହ ସିମେଣ୍ଟ ବ୍ୟାରିଗେଟ୍ ତିଆରି କରିଥିଲା । କିନ୍ତୁ ବର୍ତ୍ତମାନ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସେଠାରୁ ହଟାଯାଉଥିବା ଦେଖିବାକୁ ମିଳିଛି । ଗାଜୀପୁର ସୀମାରେ ରାସ୍ତାରେ ଲାଗିଥିବା ଲୁହା ସ୍ପାଇକକୁ ଜଣେ ଶ୍ରମିକ ହାତୁଡ଼ି ଦ୍ୱାରା ହଟାଉଥିବା ଏକ ଭିଡ଼ିଓ ନଜରକୁ ଆସିଛି ।

Ghazipur-Boarder

ଖବର ସରବରାହ ସଂସ୍ଥା ANI ଏକ ଭିଡିଓ ଟ୍ୱିଟ୍ କରିଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରୁ ଲୁହା ସ୍ପାଇକ୍ ସବୁ ବାହାର କରୁଥିବା ଦେଖାଯାଇଛି । ଦିଲ୍ଲୀ ପୂର୍ବାଞ୍ଚଳ ଡିସିପି ଦୀପକ ଯାଦବ ଏନେଇ କହିଛନ୍ତି ଯେ, ସେହି ସ୍ଥାନ ଦେଇ ଆନ୍ଦୋଳନକାରୀ ମାନେ ଯେପରି ପ୍ରବେଶ କରିନପାରିବେ ସେଥିଲାଗି ଲୁହାସ୍ପାଇକ୍ ଲଗାଯାଇଥିଲା । କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ବହୁ ଲୋକ ଅଛନ୍ତି । ସେମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେଠାରୁ ସ୍ପାଇକ୍ ଗୁଡ଼ିକ ହଟାଯାଇ ଅନ୍ୟ ସ୍ଥାନରେ ଲଗାଯିବ ।

ଭିଡିଓ ସାମ୍ନାକୁ ଆସିବା ପରେ ଯାଦବ କହିଛନ୍ତି ଯେ ଲୁହା ସ୍ପାଇକ୍ ହଟାଯାଉଥିବା ଭିଡିଓ ଏବଂ ଫଟୋ ସୋଶାଲ ମିଡ଼ିଆ ସମେତ ଅନ୍ୟତ୍ର ପ୍ରସାରିତ ହେଉଛି । ଯେଉଁଥିରେ ଗାଜୀପୁରରୁ ସ୍ପାଇକ୍ ହଟାଯାଉଥିବା ନେଇ କୁହାଯାଉଛି । ଏଗୁଡିକ କେବଳ ସେହି ସ୍ଥାନରୁ ହଟାଯାଇ ଅନ୍ୟତ୍ର ଲଗାଯିବ ଏବଂ ସୀମାରେ ସମାନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ପୋଲିସ୍ ଡିସିପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+