"ଅଣ୍ଡା ଓ ମାଂସକୁ ଭଲଭାବେ ରାନ୍ଧ" : ବାର୍ଡ ଫ୍ଲୁ ନେଇ ମନ୍ତ୍ରୀଙ୍କ ବୟାନ
ଚିନ୍ତା କରିବାର କିଛି ନାହିଁ । ଅଣ୍ଡା ଓ କୁକଡ଼ା ମାଂସକୁ ଭଳ ଭାବେ ରୋଷେଇ କରି ଖାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ।
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, କେରଳ ଏବଂ ରାଜସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ମାଂସ ଓ ଅଣ୍ଡା ଖାଇବା ନେଇ ସୁରକ୍ଷିତ ଉପାୟ ବିଷୟରେ ପଶୁପାଳନ, ମତ୍ସ୍ୟ ଓ ଦୁଗ୍ଧ ବିଭାଗର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚିନ୍ତା କରିବାର କିଛି ନାହିଁ । ଅଣ୍ଡା ଓ କୁକଡ଼ା ମାଂସକୁ ଭଳ ଭାବେ ରୋଷେଇ କରି ଖାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
"କେତେକ ସ୍ଥାନରେଭ୍ରମଣକାରୀ ତଥା ବଣୁଆ ପକ୍ଷୀ ବାର୍ଡ ଫ୍ଲୁରେ ମରିଥିବା ଖବର ଆସିଛି । ଖାଇବା ପୂର୍ବରୁ ମାଂସ ଏବଂ ଅଣ୍ଡାକୁ ସମ୍ପୂର୍ଣ୍ଣ ରୂପେ ରାନ୍ଧନ୍ତୁ । ଚିନ୍ତା କରିବାର କିଛି ନାହିଁ । ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି ଏବଂ ରାଜ୍ୟମାନଙ୍କୁ ସତର୍କ କରାଯାଇଛି।" ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ଏଥି ସହିତ ଗିରିରାଜ ସିଂ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, କେରଳ ଏବଂ ରାଜସ୍ଥାନରେ ବ୍ୟାପିଥିବା ବାର୍ଡ ଫ୍ଲୁର ଏକ ଷ୍ଟାଟସ୍ ରିପୋର୍ଟ ସେୟାର କରିଛନ୍ତି, ଯେଉଁଠାରେ 12 ଟି କେନ୍ଦ୍ର ଚିହ୍ନଟ ହୋଇଛି । ଗତ 10 ଦିନ ମଧ୍ୟରେ ସମଗ୍ର ଭାରତରେ ଲକ୍ଷ ଲକ୍ଷ ପକ୍ଷୀଙ୍କର ମୃତ୍ୟୁ ହୋଇଛି ।

କେତେକ ପ୍ରଭାବିତ ରାଜ୍ୟ କୁକୁଡ଼ା ମାରିବା ଆରମ୍ଭ କରିବା ସହ କୁକୁଡ଼ା ଏବଂ ଆନୁଷଙ୍ଗିକ ଦ୍ରବ୍ୟର ବିକ୍ରୟକୁ ନିୟନ୍ତ୍ରିତ କରିଛନ୍ତି । ଏଥିସହିତ ସେମାନଙ୍କ ପଡ଼ୋଶୀରାଜ୍ୟରୁ ଆମଦାନୀ ଉପରେ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି । ଏହାର ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେନାମା ଜାରି କରି ପରିସ୍ଥିତି ଉପରେ ନଜର ରଖିବା ପାଇଁ ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିଛନ୍ତି ।
ଜଙ୍ଗଲ ବିଭାଗ ସହ ସମନ୍ୱୟ ରଭା କରି ପ୍ରଭାବିତ ରାଜ୍ୟଗୁଡିକ "କୁକୁଡ଼ା ଚାଷର ଜୈବ ନିରାପତ୍ତା, ପ୍ରଭାବିତ ଅଞ୍ଚଳକୁ ଡିସ୍ ଇନଫେକ୍ଟ କରିବା, ମୃତ ପକ୍ଷୀମାନଙ୍କୁ ସଠିକ୍ ଭାବରେ ପୋତିବା ଏବଂ ତଦାରଖ ପ୍ରକ୍ରିୟାକୁ ବୃଦ୍ଧି" କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ପ୍ରଭାବିତ ରାଜ୍ୟର ପଡୋଶୀ ରାଜ୍ୟମାନେ ପକ୍ଷୀମାନଙ୍କ ଅସାଧାରଣ ମୃତ୍ୟୁହାର ପ୍ରତି ସତର୍କ ରହିବା ସହ ଏହାର ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
2006 ମସିହାରୁ ଭାରତ ବାର୍ଡ ଫ୍ଲୁର ବ୍ୟାପକତା ଦେଖି ଆସୁଛି, ଏବଂ ଏହା ପ୍ରତ୍ୟେକ କୁକୁଡ଼ା ଚାଷୀଙ୍କ ପାଇଁ ମାଂସ ଏବଂ ଅଣ୍ଡା ବିକ୍ରିରେ ବ୍ୟାପକ କ୍ଷତିର କାରଣ ପାଲଟିଛି ।
କୁକୁଡ଼ା ଜାତୀୟ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ରନ୍ଧା ନଗଲେ ଏହି ଭାଇରାଲ୍ ରୋଗ ପକ୍ଷୀ ଠାରୁ ବ୍ୟାପିବାର ଆଶଙ୍କା ଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।












Click it and Unblock the Notifications