'ହିନ୍ଦୁ ସବୁଠୁ ବଡ କପଟୀ ..' ବୋଲି କହିଲେ ଗୁଜୁରାଟ ରାଜ୍ୟପାଳ, ଗାଈ ମୃତ୍ୟୁ ଉପରେ କହିଲେ ଏପରି କଥା
"ଲୋକମାନେ 'ଜୟ ଗୋ ମାତା' ଜପ କରନ୍ତି, କିନ୍ତୁ ଯେତେବେଳେ ଗାଈ କ୍ଷୀର ଦେବା ବନ୍ଦ କରିଦିଏ, ସେତେବେଳେ ସେମାନେ ଏହାକୁ ରାସ୍ତାରେ ଛାଡିଦିଅନ୍ତି । ସେ ଖାଦ୍ୟ ଓ ପାଣି ଖୋଜି ବୁଲେ ।"
ରାଜପିପ୍ଲା (ନର୍ମଦା) : ହିନ୍ଦୁମାନଙ୍କୁ 'କପଟୀ' ବୋଲି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିବା ପରେ ତାଙ୍କ ବିବୃତ୍ତି ଉପରେ ଏକ ବିବାଦ ଦେଖାଦେଇଛି । ବୁଧବାର ନର୍ମଦା ଜିଲ୍ଲାର ପୋଇଚା ଗ୍ରାମରେ 'ପ୍ରକୃତିର କୋଳରେ ଜୈବ ଚାଷ' ଉପରେ ଏକ ସେମିନାରକୁ ସମ୍ବୋଧିତ କରିବାବେଳେ ସେ ଏପରି କହିଛନ୍ତି । ଗାଈମାନଙ୍କର ଅକାଳ ମୃତ୍ୟୁ ବିଷୟରେ ଉଲ୍ଲେଖ କରାଯାଇଥିଲା, ସେତେବେଳେ ରାଜ୍ୟପାଳ ଲୋକମାନଙ୍କୁ ଏପରି କହିଥିଲେ । ସେ କହିଛନ୍ତି, "ଲୋକମାନେ 'ଜୟ ଗୋ ମାତା' ଜପ କରନ୍ତି, କିନ୍ତୁ ଯେତେବେଳେ ଗାଈ କ୍ଷୀର ଦେବା ବନ୍ଦ କରିଦିଏ, ସେତେବେଳେ ସେମାନେ ଏହାକୁ ରାସ୍ତାରେ ଛାଡିଦିଅନ୍ତି । ସେ ଖାଦ୍ୟ ଓ ପାଣି ଖୋଜି ବୁଲେ ।"

ଗୁଜୁରାଟର ଦୁଇଟି ଅଗ୍ରଣୀ ଖବରକାଗଜ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ବୟାନକୁ ଉଦ୍ଧୃତ କରି ଲେଖିଛନ୍ତି, "ଲୋକମାନେ 'ଜୟ ଗୋ ମାତା' ଜପ କରନ୍ତି ... ଯେତେବେଳେ ଗାଈ କ୍ଷୀର ଦିଏ, ସେମାନେ ଏହାକୁ ନିଜ ଗୁହାଳରେ ରଖନ୍ତି । କିନ୍ତୁ ଥରେ ସେ କ୍ଷୀର ଦେବା ବନ୍ଦ କରିଦେଲେ, ସେମାନେ ଏହାକୁ ରାସ୍ତାରେ ଛାଡିଦିଅନ୍ତି । ତଥାପି କିଛି ଲୋକ ନିଜକୁ ହିନ୍ଦୁ ନମ୍ବର 1 ବୋଲି କୁହନ୍ତି । ମୋ ହିସାବରେ ହିନ୍ଦୁ ଧର୍ମ ଏବଂ ଗାଈ ପରସ୍ପର ସହ ଜଡିତ, କିନ୍ତୁ ଏଠାରେ ଲୋକମାନେ ସ୍ୱାର୍ଥ ପାଇଁ 'ଜୟ ଗୋ ମାତା' ଜପ କରୁଛନ୍ତି ।"
ରାଜ୍ୟପାଳ ଆହୁରି କହିଛନ୍ତି, "ଲୋକମାନେ ପ୍ରାର୍ଥନା କରିବା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରକୁ ଯାଇଥାନ୍ତି... ଯାହା ଫଳରେ ଭଗବାନ ସେମାନଙ୍କୁ ଆଶୀର୍ବାଦ କରିବେ । ମୁଁ କହୁଛି ଯଦି ଆପଣ ଜୈବିକ ଚାଷକୁ ଫେରିଯାଆନ୍ତି, ତେବେ ଭଗବାନ ଆପଣଙ୍କ ସହ ସର୍ବଦା ଖୁସି ରହିବେ । ବୈଜ୍ଞାନିକ ପ୍ରମାଣ ସହିତ ମୁଁ କହୁଛି ଯେ ରାସାୟନିକ ସାର ବ୍ୟବହାର କରି ଆପଣ ଗୋରୁମାନଙ୍କୁ ହତ୍ୟା କରୁଛନ୍ତି । ଯଦି ଆପଣ ଜୈବ ଚାଷ ଆଡକୁ ଯାଆନ୍ତି, ତେବେ ଆପଣ ଗୋରୁମାନଙ୍କୁ ଜୀବନ ଦେବେ ।"












Click it and Unblock the Notifications