Get Updates
Get notified of breaking news, exclusive insights, and must-see stories!

ଶ୍ମଶାନ ଘାଟ ଛାତ ଭୁଷୁଡ଼ିବା ଘଟଣା : ଅଧିକାରୀଙ୍କୁ 16 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ବୟାନ ଦେଲେ ଅଭିଯୁକ୍ତ କଣ୍ଟ୍ରାକ୍ଟର

ନିର୍ମାଣ ସମୟରେ ସେ ଉପରସ୍ଥ ଅଧିକାରୀ ଏବଂ ଜେଇଙ୍କୁ ଲାଞ୍ଚ ଭାବରେ 16 ଲକ୍ଷ ଟଙ୍କା ଦେଇଛନ୍ତି । ପଚରାଉଚରା ପରେ ତାଙ୍କୁ ମଙ୍ଗଳବାର (ଜାନୁୟାରୀ 05) କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଗାଜିଆବାଦ : ରବିବାର (ଜାନୁୟାରୀ 03) ମୁରାଦନଗର ପୋଲିସ ଷ୍ଟେସନ ଅଧୀନରେ ଶ୍ମଶାନ ଘାଟ ଛାତ ଭୁଷୁଡ଼ିବା ଘଟଣାରର ମୁଖ୍ୟ ଅଭିଯୁକ୍ତ ତଥା କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ 36 ଘଣ୍ଟା ପରେ ପୋଲିସ ଗିରଫ କରିଥିଲା । ଗିରଫ ପରେ ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ଅଜୟ ଏକ ବଡ଼ ଖୁଲାସା କରିଛି । ନିର୍ମାଣ ସମୟରେ ସେ ଉପରସ୍ଥ ଅଧିକାରୀ ଏବଂ ଜେଇଙ୍କୁ ଲାଞ୍ଚ ଭାବରେ 16 ଲକ୍ଷ ଟଙ୍କା ଦେଇଛନ୍ତି । ପଚରାଉଚରା ପରେ ତାଙ୍କୁ ମଙ୍ଗଳବାର (ଜାନୁୟାରୀ 05) କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

Ghaziabad-crematorium-case

ଗାଜିଆବାଦ ପୋଲିସ ଆଗରେ କଣ୍ଟ୍ରାକ୍ଟର ଅଜୟ ଅଧିକାରୀମାନଙ୍କୁ 16 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ସ୍ୱୀକାର କରିଛନ୍ତି । ସେ କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ ଫାର୍ମର ମାଲିକ ବୋଲି ପୋଲିସ୍ ଆଗରେ କହିଛନ୍ତି । ନାଗର ପାଳିକା ପରିଷଦ ମୁରାଦନର, ରେଲୱେ ରୋଡ୍ ଉଖଲାରସି ଗ୍ରାମରେ ଶ୍ମଶାନଘାଟର ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ ପାଇଁ 2019 ମସିହାରେ ଅନଲାଇନ ମାଧ୍ୟମରେ ତାଙ୍କ ନାମରେ ଟେଣ୍ଡର ହୋଇଥିଲା । ଏହି ଟେଣ୍ଡରର ଅର୍ଥ ପ୍ରଶାସନ ଦ୍ୱାରା ପ୍ରଥମେ ଆସିଥାଏ । ଶ୍ମଶାନ ଘାଟର ନିର୍ମାଣ ପାଇଁ 55ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ଏହାର କାମ ଆରମ୍ଭ ନେଇ ଫେବୃଆରୀ ମାସରେ ନିର୍ଦ୍ଦେଶ ଜାରି ହୋଇଥିଲା ଏହଂ ଏହାକୁ ଦୁଇ ମାସ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଥିଲା । ମାର୍ଚ୍ଚ ମାସରେ ପ୍ରଥମ କିସ୍ତି ହିସାବରେ ପ୍ରାୟ 26 ଲକ୍ଷ ଏବଂ ଜୁଲାଇରେ ଦ୍ୱିତୀୟ କିସ୍ତି ବାବଦକୁ 16 ଲକ୍ଷ ଟଙ୍କା ଆସିଥିଲା ।

55ଲକ୍ଷ ଟଙ୍କାର ଥିଲା ଟେଣ୍ଡର

ପୋଲିସକୁ ଅଜୟ ତ୍ୟାଗୀ କହିଛନ୍ତି, ଯଦି ଠିକ୍ ସମୟ ମଧ୍ୟରେ କାର୍ଯ୍ୟ ଶେଷ ନହୋଇଥାନ୍ତା, ତେବେ ସରକାରଙ୍କଠାରୁ ମିଳିଥିବା ଟଙ୍କା ଫେରିଯାଇଥାନ୍ତା । ତେଣୁ ଏହି କାର୍ଯ୍ୟର ନିର୍ମାଣକୁ ଶୀଘ୍ର ଶେଷ କରିବାକୁ ଏ.ଏସ୍ କନଷ୍ଟ୍ରକସନ କମ୍ପାନୀର ମାଲିକ ସଞ୍ଜୟ ଗର୍ଗ ଏବଂ ଆର.ଜି ଭିଲେଟେଜ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ଭାନୁ ପ୍ରକାଶ ଗର୍ଗ, ସଚିନ୍ ଗର୍ଗ ଏବଂ ଭିପିନ୍ ଗର୍ଗଙ୍କ ସହ ଭାଗିଦାରୀ କରି ମିଳିତ ଭାବେ କାର୍ଯ୍ୟ କରାଯାଇଥିଲା । ମିଳିତ ଭାବରେ ଉଖଲାରସି ଶ୍ମଶାନଘାଟର କାମ କରିଥିବା ନେଇ ସେ ପୋଲିସକୁ ସୂଚନା ଦେଇଛନ୍ତି । ଯାହାର ଟେଣ୍ଡର ପ୍ରାୟ 55 ଲକ୍ଷ ଟଙ୍କା ଥିଲା । ଯେଉଁଥିରେ ଶ୍ମଶାନଘାଟ ନିର୍ମାଣ, ସୌନ୍ଦର୍ଯ୍ୟକରଣ, କାନ୍ଥ ନିର୍ମାଣ, ପୁରୁଣା ଛାତର ମରାମତି ଏବଂ କରିଡର ନିର୍ମାଣ ଇତ୍ୟାଦି ରହିଥିଲା । ଯାହାର ସୁପରଭାଇଜର ଆଶିଷ ଏଏସ୍ ନିର୍ମାଣ କମ୍ପାନୀର ଥିଲେ ।

ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜେଇଙ୍କୁ ଦେଇଛନ୍ତି 16 ଲକ୍ଷ ଟଙ୍କା

ଶ୍ମଶାନ ଘାଟ ନିର୍ମାଣ କାର୍ଯ୍ୟରେ କରିଡରରେ ଏପ୍ରକାରର ଲିଣ୍ଟର ଏବଂ ଡିଜାଇନର ଆବଶ୍ୟକତା ନଥିଲା, କିନ୍ତୁ ଏହାର ଆବଶ୍ୟକତା ଦର୍ଶାଇ ସମସ୍ତଙ୍କ ଦ୍ୱାରା ଏହାର ବଜେଟ୍ ବଢାଯାଇଥିଲା । ଚୁକ୍ତି ହିସାବରେ ସେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜେଇଙ୍କୁ 16 ଲକ୍ଷ ଟଙ୍କା ଦେଇଥିଲେ ବୋଲି ଅଜୟ ସ୍ୱୀକାର କରିଛନ୍ତି । ପ୍ରଥମ କିସ୍ତି ରିଲିଜ୍ ହେବା ପୂର୍ବରୁ ମାର୍ଚ୍ଚ ମାସରେ ମୁନିସିପାଲିଟିର EOଙ୍କୁ କାର୍ଯ୍ୟାଳୟରେ ସେ ଟଙ୍କା ଦେଇଥିବା ତାଙ୍କ ବୟାନରେ କହିଛନ୍ତି ।

NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହି ଘଟଣା ପାଇଁ ଦାୟୀ ଇଞ୍ଜିନିୟର ତଥା କଣ୍ଟ୍ରାକ୍ଟରଙ୍କ ବିରୋଧରେ ଏନଏସଏ ଲାଗୁ କରିବାକୁ ସିଏମ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଦୋଷୀ ଇଞ୍ଜିନିୟର ଏବଂ କଣ୍ଟ୍ରାକ୍ଟରଙ୍କ ଠାରୁ ସମ୍ପୂର୍ଣ୍ଣ କ୍ଷତିର ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କଣ୍ଟ୍ରାକ୍ଟରକୁ ମଧ୍ୟ କଳା ତାଲିକାଭୁକ୍ତ କରାଯାଇଛି । ଏହା ବ୍ୟତୀତ 50 ଲକ୍ଷ ଟଙ୍କାରୁ ଅଧିକ ନିର୍ମାଣ କାର୍ଯ୍ୟର ଯାଞ୍ଚ କରିବା ପାଇଁ ସେପ୍ଟେମ୍ବରରେ ଦିଆଯାଇଥିବା ନିର୍ଦ୍ଦେଶରେ ଖିଲାପ୍ କାହିଁକି ହୋଇଥିବା ନେଇ ଜିଲ୍ଲାପାଳ ଏବଂ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ଜବାବ୍ ମାଗିଛନ୍ତି । ଏହା ସହିତ ମୃତ ପରିବାରକୁ ଦଶ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ଏବଂ ବାସହୀନ ପରିବାରମାନଙ୍କୁ ଗୃହ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କ'ଣ ରହିଥିଲା ପୁରା ମାମଲା

ଉଖଲାରସି ଗାଁର ବାସିନ୍ଦା ଦିୟାରାମଙ୍କର 02 ଜାନୁଆରୀ ରାତିରେ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା । ତାଙ୍କର ଅନ୍ତେଷ୍ଟି କ୍ରିୟା ପାଇଁ ତାଙ୍କୁ ଗାଜିଆବାଦ ଜିଲ୍ଲାର ମୁରାଦନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଉଖରାନି / ବାମ୍ବା ରୋଡରେ ଥିବା ଶବଦାହ କେନ୍ଦ୍ରକୁ ନିଆଯାଇଥିଲା । ଏଥିରେ ପ୍ରାୟ 50 ରୁ 60 ଲୋକ ଯୋଗ ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଠିଆ ହୋଇଥିଲେ, ସେହି ସମୟରେ ଶବଦାହ ଗୃହର ଛାତ ଭୁଷୁଡି ପଡିଥିଲା । ଏହି ଦୁର୍ଘଟଣାରେ ପ୍ରାୟ 24 ଜଣଙ୍କର ମୃତ୍ୟୁ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+