ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପରିଚୟ ଦେଇ Z+ ସିକ୍ୟୁରିଟିରେ କାଶ୍ମୀର ବୁଲିଲା ମହାଠକ
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପରିଚୟ ଦେଇ Z+ ସିକ୍ୟୁରିଟି ନେଲା । ଷ୍ଟାର୍ ହୋଟେଲରେ ରହି କାଶ୍ନୀର ବୁଲିଲା । କିନ୍ତୁ ପରେ ଧରାପଡ଼ିଲା ମହାଠକ ।

ଶ୍ରୀନଗର : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପରିଚୟ ଦେଇ Z+ ସିକ୍ୟୁରିଟି ନେଲା । ଷ୍ଟାର୍ ହୋଟେଲରେ ରହି କାଶ୍ନୀର ବୁଲିଲା । କିନ୍ତୁ ପରେ ଧରାପଡ଼ିଲା ମହାଠକ ।
ନିଜକୁ ପିଏମ୍ଓ ର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିବା ଏହି ଠକ ହେଉଛି ଗୁଜୁରାଟର କିରଣ ଭାଇ ପଟେଲ । ଶ୍ରୀନଗର ଗସ୍ତରେ ଯାଇ ସିକ୍ୟୁରିଟି ବଳୟ ଭିତରେ ଚାରିଆଡ଼େ ବୁଲିବା ସହ ସୋଶାଲ ମିଡ଼ିଆରେ ପୋଷ୍ଟ କରିଥିଲା ଫଟୋ । କେବଳ ଏତିକି ନୁହଁ କାଶ୍ମୀରରେ ସେନା ଅଧିକାରୀଙ୍କ ସହ ହାଇଲେବଲ ମିଟିଂ ମଧ୍ୟ କରିଛି ।
ଗତ ଫେବୃଆରୀ ସେ ଶ୍ରୀନଗର ଗସ୍ତରେ ଯାଇଥିବା ବେଳେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଫିସର ଭାବେ ପରିଚୟ ଦେଇଥିଲା । ଗସ୍ତ ବେଳେ ସେ ସେନାର ଅଧିକାରୀଙ୍କ ସହ ଏକାଧିକ ବୈଠକ ମଧ୍ୟ କରିଥିଲା । ପିଏମଓରୁ ବରିଷ୍ଠ ଅଧିକାରୀ ଆସିଥିବାରୁ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ପାଞ୍ଚ ତାରକା ହୋଟେଲରେ ରହିବା ବ୍ୟବସ୍ଥା ଓ ବୁଲେଟ ପ୍ରୁଫ ସ୍କର୍ପିଓ ମଧ୍ୟ ଯୋଗାଇ ଦିଆଯାଇଥିଲା ।
ପିଏମଓର ଅଡିସନାଲ ଡାଇରେକ୍ଟର ପରିଚୟ ଦେଉଥିବା ଗୁଜରାଟର ଏହି ଠକକୁ ଗତ 10 ଦିନ ତଳେ ଶ୍ରୀନଗରରୁ ଗିରଫ କରାଯାଇଛି । ଗିରଫଦାରୀ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଫେବୃଆରୀ ଗସ୍ତ ବେଳେ ପୋଲିସ ସୁରକ୍ଷାରେ ସେ ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ ପାରାମିଲିଟାରୀ ଗାର୍ଡଙ୍କ ସହ ବୁଲୁଥିବାର ମଧ୍ୟ ଭିଡିଓ ରହିଛି । ଶ୍ରୀନଗରର କ୍ଲକ ଟାଓ୍ୱର ଆଗରେ ଫଟୋ ମଧ୍ୟ ଉଠାଇଥିଲା ଠକ କିରଣ ଭାଇ ପଟେଲ । ପୋଲିସ ଅଧିକାରୀଙ୍କ ବିରୋଧରେ ଠକ ସମ୍ପର୍କରେ ଜାଣି ନପାରିବା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ପ୍ରଥମ ଥର ଧରା ନପଡିବାରୁ ପୁଣି ସଉକ୍ ମନାଇବାକୁ ଯାଇଥିଲା କିରଣ ଭାଇ । ଦୁଇ ସପ୍ତାହ ପରେ ପୁଣି ଥରେ କଶ୍ମୀର ଗସ୍ତରେ ଯାଇଥିଲା । ହେଲେ ଏଥର କିନ୍ତୁ ଏହା ତାଙ୍କ ପାଇଁ ବୁମେରାଂ ହୋଇଥିଲା । ବାରମ୍ବାର ସମାନ ସ୍ଥାନକୁ ଆସିବାରୁ ପୋଲିସ୍ର ସନ୍ଦେହଘେରକୁ ଆସିଥିଲେ । ଗୁଇନ୍ଦା ବିଭାଗ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରୁ ଜଣା ପଡିଥିଲା କିରଣଭାଇ ପଟେଲଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କିଛି ସମ୍ପର୍କ ନାହିଁ କି ସେ କୌଣସି ସରକାରୀ ପଦପଦବୀରେ ନାହାଁନ୍ତି ।
ଏହାପରେ ପୋଲିସ ତାଙ୍କୁ ହୋଟେଲରୁ ଗିରଫ କରିଥିଲା । ବଡ଼ କଥା ହେଲା ଜାମୁ କାଶ୍ମୀର ପରି ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି କିପରି ଏହି ଠକ ଏକାଧିକ ବାର ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଦେଇ ବେଧଡକ ବୁଲୁଥିଲେ ତାହା ଏବେ ସେଠାକାର ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ 2ଜଣ ସୁରକ୍ଷା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications