Get Updates
Get notified of breaking news, exclusive insights, and must-see stories!

5-ଟି ସଚିବଙ୍କ ଗସ୍ତ ବିବାଦ : ପାଦେ ଆଗରେ କଂଗ୍ରେସ, କେନ୍ଦ୍ରକୁ ଲେଖିଲା ଚିଠି

ଭୁବନେଶ୍ୱର : ଗତ କିଛି ଦିନ ହେବ 5-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଅନୁଦାନ ଘୋଷଣାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ କାହା ନିର୍ଦ୍ଦେଶରେ 5-ଟି ସଚିବ ଜିଲ୍ଲା ଗସ୍ତ କରୁଛନ୍ତି ସେ ନେଇ ପ୍ରଶ୍ନ କରୁଛନ୍ତି ।

Bijay Patnaik-5-t Secretary

ଏହି କ୍ରମରେ କଂଗ୍ରେସ ବର୍ତ୍ତମାନ ଆଉ ଏକ ପାଦ ଆଗେଇଛି । 5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଛି ଦଳ । କେନ୍ଦ୍ରକୁ ଚିଠି ଲେଖି 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ମଧ୍ୟ ଦେଇଛନ୍ତି । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା ଜଣାଇଛନ୍ତି । ବିଭିନ୍ନ ସାଧାରଣ ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରୁଥିବା ମଧ୍ୟ ସେ ଚିଠିରେ ଲେଖିଛନ୍ତି ।

ଏହା ସର୍ବଭାରତୀୟ ସେବା କଣ୍ଡକ୍ଟ ରୁଲ୍‌ର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି ବିଜୟ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଆଶା କ୍ଷୀଣ । ଏନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+