ବଜେଟ୍ ଅଧିବେଶନ ସମ୍ପର୍କରେ କଂଗ୍ରେସ ବୈଠକ, ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ
ବୈଠକରେ କରୋନା ମହାମାରୀରେ ପ୍ରଭାବିତ ପରିବାରଙ୍କ ପାଇଁ ସହାୟତା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀଙ୍କ ସମସ୍ୟା, ଚୀନ ପକ୍ଷରୁ ଏନକାଉଣ୍ଟର ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ରହିବାକୁ ନିଷ୍ପତ୍ତି ନିଆଯାଇଛି ।
ନୂଆଦିଲ୍ଲୀ : ଆସନ୍ତା ବଜେଟ୍ ଅଧିବେଶନ ସମ୍ପର୍କରେ କଂଗ୍ରେସର ଏକ ବୈଠକ ହୋଇଛି । ଯେଉଁଥିରେ ଅଧିବେଶନ ସମୟରେ ଗୃହ ମଧ୍ୟରେ ଦଳର ରଣନୀତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କରୋନା ମହାମାରୀରେ ପ୍ରଭାବିତ ପରିବାରଙ୍କ ପାଇଁ ସହାୟତା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀଙ୍କ ସମସ୍ୟା, ଚୀନ ପକ୍ଷରୁ ଏନକାଉଣ୍ଟର ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ରହିବାକୁ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସର ସଂସଦୀୟ ରଣନୀତି ଗୋଷ୍ଠୀର ଏହି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି ।

କଂଗ୍ରେସ ଏହି ବୈଠକରେ ନିଷ୍ପତ୍ତି ନେଇଛି ଯେ ଏହି ଅଧିବେଶନରେ କୋଭିଡ ମହାମାରୀ ଦ୍ୱାରା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ ପ୍ୟାକେଜର ଦାବି କଂଗ୍ରେସ ଜୋରଦାର କରିବ । ଏହା ସହିତ ସୀମାରେ ଚୀନ୍ ର ଆକ୍ରମଣାତ୍ମକ ମନୋଭାବ, ଦରଦାମ ବୃଦ୍ଧି, ବେରୋଜଗାରୀ, ଅର୍ଥବ୍ୟବସ୍ଥା ହ୍ରାସ, ଏୟାର ଇଣ୍ଡିଆକୁ ଘରୋଇ ହାତରେ ଟେକିଦେବା ଏବଂ ଚାଷୀଙ୍କ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରି ରହିବ । ଦଳର ସଭାପତି ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଆଧୀର ରଂଜନ ଚୌଧୁରୀ, ଏ.କେ ଆଣ୍ଟୋନି, କେସି ଭେନୁଗୋପାଲ, ଆନନ୍ଦ ଶର୍ମା, ଜୟରାମ ରମେଶ ଏବଂ ମନୀଷ ତିୱାରୀଙ୍କ ସମେତ ଅଧିକାଂଶ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।
ଆପଣଙ୍କୁ କହି ରଖୁଛୁ ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ 31 ରୁ ଆରମ୍ଭ ହେଉଛି । ବଜେଟ୍ ଅଧିବେଶନର ସୁପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର 31 ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ସହିତ ଅଧିବେଶନ ଆରମ୍ଭ ହେବ । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ରେ ବଜେଟ୍ ଉପସ୍ଥାପନ କରିବେ । କୋଭିଡକୁ ଦୃଷ୍ଟିରେ ରଖି ଏଥର କିଛି ବିଶେଷ ବ୍ୟବସ୍ଥା କରାଯାଇଛି । କୋଭିଡ୍ କାରଣରୁ ରାଜ୍ୟସଭାର ବୈଠକ ସକାଳ 10 ଟାରୁ 3 ଟା ଏବଂ ଲୋକସଭା ଅପରାହ୍ନ 4 ଟାରୁ 9 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ 31 ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ । ଏକ ମାସ ପରେ, ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 14 ରୁ ଆରମ୍ଭ ହୋଇ ଅପ୍ରେଲ 8 ପର୍ଯ୍ୟନ୍ତ ଚାଲିବ ।












Click it and Unblock the Notifications