ସିବିଆଇ ସଂସଦର ଅଧିକାରକୁ ଉଲ୍ଲଂଘନ କରିଥିବା ନେଇ ବାଚସ୍ପତିଙ୍କୁ ଚିଠି ଲେଖିଲେ କାର୍ତ୍ତି ଚିଦାମ୍ବରମ
କାର୍ତ୍ତି ଚିଦାମ୍ବରମ୍ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି । ସିବିଆଇର ତଦନ୍ତ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ : ନିକଟରେ ଚାଇନାର ଭିସା ସ୍କାମ ମାମଲାରେ ସିବିଆଇ ଏବଂ ଇଡି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଘର ଉପରେ ଚଢାଉ କରିଛି । ଏହି ସମୟରେ ଯାଞ୍ଚ କରୁଥିବା ଦଳ ତାଙ୍କୁ ପଚରାଉଚରା ବେଳେ ଅନେକ ଦଲିଲ ଜବତ କରିଥିଲେ । ଯେଉଁଥିରେ ଅସନ୍ତୋଷ ପ୍ରକାଶ କରି କାର୍ତ୍ତି ଚିଦାମ୍ବରମ୍ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି । ସିବିଆଇର ତଦନ୍ତ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ।

ପଚରାଉଚରା ଓ ଚଢାଉ ସମୟରେ ସିବିଆଇ ଦ୍ୱାରା ତାଙ୍କ ସଂସଦୀୟ ଅଧିକାରର ଉଲ୍ଲଂଘନ କରାଯାଇଛି ବୋଲି କାର୍ତ୍ତି ଚିଦାମ୍ବରମ୍ ଦାବି କରିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମୁଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛି ଯେ ସିବିଆଇ ସଂସଦୀୟ ଅଧିକାରର ଗୁରୁତର ଉଲ୍ଲଂଘନ କରିଛି । ମୋର ସଂସଦୀୟ କମିଟିର କାଗଜପତ୍ର ଯାହା ଆଇଟି କମିଟି ସହିତ ଜଡ଼ିତ ଥିଲା ତାହା ଜବତ କରାଯାଇଛି । ସଂସଦୀୟ ପ୍ରକ୍ରିୟା ସହିତ ଜଡିତ ଏହି ଗୋପନୀୟ କାଗଜପତ୍ର, ଯାହାକୁ ନେବାର କାହାର ଅଧିକାର ନାହିଁ ବୋଲି କହିଛନ୍ତି ଚିଦାମ୍ବରମ୍ ।
ସିବିଆଇ ଏହି ଘଟଣାର ତଦନ୍ତ କରିସାରିଛି । ଯେଉଁଥିରେ ମନି ଲଣ୍ଡରିଂ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଲା । ଯାହା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଏଥିରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଭିସା ସ୍କାମରେ କେଉଁ ଅଧିକାରୀ ଲାଞ୍ଚ ନେଇଛନ୍ତି ତାହା ଜାଣିବା ପାଇଁ ଏବେ ଉଦ୍ୟମ ଚାଲିଛି ।












Click it and Unblock the Notifications