ନିଷ୍ଠୁର ସରକାରକୁ ପୁଣି ଜଣାଇଦିଅ, ଚାଷୀଙ୍କୁ ପଛକୁ ହଟାଇବା ଅସମ୍ଭବ : ରାହୁଲ ଗାନ୍ଧୀ

" ଅନ୍ନଦାତାଙ୍କର ବର୍ଷା ସହିତ ପୁରୁଣା ସମ୍ପର୍କ... ନା ଭୟ କରନ୍ତି, ନା ପାଣିପାଗର ବାହାନା କରନ୍ତି... ତେଣୁ ପୁଣି ଥରେ ନିଷ୍ଠୁର ସରକାରଙ୍କୁ ଜଣାଇଦିଅ... ଅସମ୍ଭବ ଚାଷୀଙ୍କୁ ପଛକୁ ଫେରାଇବା...ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ହେବ ... ।

ନୂଆଦିଲ୍ଲୀ : ଗତ ସାଢ ତିନି ମାସ ଧରି ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ମୋଦୀ ସରକାର ଏ ସବୁ ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ ସ୍ପଷ୍ଟ କରିସାରିଛନ୍ତି । ଏଥିମଧ୍ୟରେ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଯେଉଁଥିରେ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଛନ୍ତି । ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Rahul-Gandhi

ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି, " ଅନ୍ନଦାତାଙ୍କର ବର୍ଷା ସହିତ ପୁରୁଣା ସମ୍ପର୍କ... ନା ଭୟ କରନ୍ତି, ନା ପାଣିପାଗର ବାହାନା କରନ୍ତି... ତେଣୁ ପୁଣି ଥରେ ନିଷ୍ଠୁର ସରକାରଙ୍କୁ ଜଣାଇଦିଅ... ଅସମ୍ଭବ ଚାଷୀଙ୍କୁ ପଛକୁ ଫେରାଇବା...ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ହେବ ... । ଏହାପୂର୍ବରୁ ସେ ଅନ୍ୟ ଏକ ଟ୍ୱିଟରେ ଲେଖିଥିଲେ, "ଯାହାର ପୁଅ ମାନେ ସୀମାରେ ଜୀବନ ଦେଉଛନ୍ତି, ତାଙ୍କପାଇଁ ଦିଲ୍ଲୀ ସୀମାରେ କଣ୍ଚା ବିଛାଉଛି ସରକାର । ଅନ୍ନାଦାତା ମାଗେ ଅଧିକାର, ସରକାର କରେ ଅତ୍ୟାଚାର ।"

ଆଗାମୀ ଶୀତ ପର୍ଯ୍ୟନ୍ତ ଜାରି ରହିବ କି ଏହି ଆନ୍ଦୋଳନ ?

ଅନ୍ୟପକ୍ଷରେ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି । ବୁଧବାର ଦିନ ଭାରତୀୟ କୃଷକ ସଂଘ ମୁଖପାତ୍ର ରାକେଶ ଟିକାୟିତେ କହିଛନ୍ତି, ଆସନ୍ତା ଶୀତ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସେ ଚାଷୀଙ୍କଠାରୁ ମାତ୍ର ଗୋଟିଏ କଲ୍ ଦୂରରେ ଅଛନ୍ତି, କିନ୍ତୁ ସେହି କଲ୍ ମିଳୁନାହିଁ । ତାଙ୍କ କହିବାନୁସାରେ, ଯଦି ଏହି ଆନ୍ଦୋଳନ ଶୀତ ଦିନ ଅତିକ୍ରମ କରିସାରିଛି, ସେଥିରେ କିଛି ନୂଆ କଥା ନାହିଁ । ସେ ବଙ୍ଗଳା ଯାଉଛନ୍ତି, କିନ୍ତୁ ନିର୍ବାଚନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ରାକେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+