ନ୍ୟାସନାଲ ହେରାଲ୍ଡ ମାମଲା : ପଚରାଉଚୁରା ପାଇଁ ଇଡି ନିକଟରେ ଆଜି ପୁଣି ହାଜର ହେବେ ରାହୁଲ
ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ନେଇ ପଚରାଉଚୁକା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ଗତକାଲି ଦୀର୍ଘ 9 ଘଣ୍ଟାର ପଚାରାଉଚୁରା ପରେ ମଧ୍ୟ ଇଡି ସମସ୍ତ ପ୍ରଶ୍ନର ଉତ୍ତର ପାଇନଥିଲା ।
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ନେଇ ପଚରାଉଚୁକା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ଗତକାଲି ଦୀର୍ଘ 9 ଘଣ୍ଟାର ପଚାରାଉଚୁରା ପରେ ମଧ୍ୟ ଇଡି ସମସ୍ତ ପ୍ରଶ୍ନର ଉତ୍ତର ପାଇନଥିଲା । ତେଣୁ ଆଜି ପୁଣି ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ କୁହାଯାଇଛି । ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ପୁଣି ଇଡି ନିକଟରେ ହାଜର ହେବେ । ଏ ନେଇ ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଂଗ୍ରେସ କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଚିରେ ରଖି ଦିଲ୍ଲୀର ଆକବର ରୋଡ ନିକଟରେ ବ୍ୟାରିକେଡ୍ ଲଗାଯାଇଛି ।

ଗତକାଲି ରାହୁଲ ଗାନ୍ଧୀ ଇଡି ନୋଟିସରେ ହାଜର ହୋଇଥିଲେ । ତାଙ୍କୁ ଦୀର୍ଘ 9 ଘଣ୍ଟା ଧରି ଇଡି ପଚରାଉଚୁରା କରିଥିଲା । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଏକ ପଦଯାତ୍ରା କରି ଇଡି ଅଫିସକୁ ଆସିଥିଲେ । ତାଙ୍କୁ ଇଡି ନୋଟିସକୁ ବିରୋଧ କରି ଏବଂ ରାହୁଲଙ୍କ ସମର୍ଥନରେ ହଦାର ହଜାର କଂଗ୍ରେସ କର୍ମୀ ଏବଂ ଅନେକ ବରିଷ୍ଠ ନେତା ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଗିରଫ କରିଥିଲା ।












Click it and Unblock the Notifications