Get Updates
Get notified of breaking news, exclusive insights, and must-see stories!

ଆଜି ଲକ୍ଷ୍ମୀପୁର ଖେରୀ ଯିବେ ପ୍ରିୟଙ୍କା ଗାନ୍ଧୀ, ହିଂସାରେ ନିହତ କୃଷକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦିବସରେ ହେବେ ସାମିଲ

ନିହତ ହୋଇଥିବା ଚାଷୀଙ୍କ ଆତ୍ମାର ଶାନ୍ତି ପାଇଁ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଏହି ଶ୍ରଦ୍ଧାଞ୍ଜଳି ସବାରେ ସାମିଲ ହେବା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ ।

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ତିକୁନିଆରେ ହୋଇଥିବା ହିଂସାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ହିଂସା ସମୟରେ ନିହତ ହୋଇଥିବା ଚାଷୀଙ୍କ ଆତ୍ମାର ଶାନ୍ତି ପାଇଁ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଏହି ଶ୍ରଦ୍ଧାଞ୍ଜଳି ସବାରେ ସାମିଲ ହେବା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ଏକ ସପ୍ତାହ ମଧ୍ୟରେ ପ୍ରିୟଙ୍କାଙ୍କ ଲକ୍ଷ୍ମୀପୁର ଖେରୀକୁ ଏହା ହେଉଛି ଦ୍ୱିତୀୟ ଗସ୍ତ । ଏଥି ସହିତ ହଜାର ହଜାର କୃଷକ ଏହି କାର୍ଯ୍ୟକ୍ରମରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।

Priyanka Gandhi

ମୃତ କୃଷକଙ୍କ ଶ୍ରଦ୍ଧାଞ୍ଜଳି ଦିବସକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁର ଖେରୀ ସମେତ ସମଗ୍ର ପଶ୍ଚିମ ୟୁପିରେ ମଧ୍ୟ ସରକାର ସତର୍କ ମୋଡରେ ଅଛନ୍ତି । ସରକାର ଆଶଙ୍କା କରୁଛନ୍ତି ଯେ ସେମାନଙ୍କ ଗୋଟିଏ ପଦକ୍ଷେପ ସମ୍ପୂର୍ଣ୍ଣ ପଶ୍ଚିମ ୟୁପିର ପରିବେଶକୁ ନଷ୍ଟ କରିପାରେ । ସେଥିପାଇଁ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସରକାର ପଶ୍ଚିମ ୟୁପିରେ 20 ଜଣ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଅକ୍ଟୋବର 12 ରେ ଲକ୍ଷ୍ନୀପୁର ଖେରୀରେ ନିହତ ହୋଇଥିବା ଚାରିଜଣ ଚାଷୀଙ୍କ ଶେଷ ରୀତିନୀତିକୁ ତିକୁନିଆରେ 'ଶହୀଦ କୃଷକ ଦିବସ' ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।

ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାରରେ ପ୍ରାର୍ଥନା ସଭା ଆୟୋଜନ କରିବାକୁ ,ସଂଯୁକ୍ତ କିଷାନ୍ ମୋର୍ଚ୍ଚା ମଧ୍ୟ ଲୋକଙ୍କୁ ନିବେଦନ କରିଛି । ଏହା ବ୍ୟତୀତ ଅକ୍ଟୋବର 18 ତାରିଖ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ସାରା ଦେଶରେ 'ରେଳ ରୋକୋ' ବିରୋଧର ଆୟୋଜନ କରାଯିବ । ଅକ୍ଟୋବର 15 ଦଶହରା ଦିନ ରେ କୃଷକମାନଙ୍କ ଦ୍ୱାରା ଦେଶବ୍ୟାପୀ ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ କୁଶପୁତ୍ତଳିକା ଦାହ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+