ଲକ୍ଷ୍ମୀପୁର ଖେରୀ ହିଂସା ମାମଲା : ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧୀ ଦଳ
ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ଏହି ପ୍ରତିନିଧି ଦଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଲକ୍ଷ୍ମୀପୁର ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହିଂସା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜାରି ରହିଛି । ବିରୋଧୀ ମଧ୍ୟ ଏହି ଘଟଣାରେ ବିଜେପି ଏବଂ ଯୋଗୀ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି ।

ଏହି କ୍ରମରେ, ଆଜି ଅର୍ଥାତ୍ ବୁଧବାର ଦିନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ଏହି ପ୍ରତିନିଧି ଦଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଲକ୍ଷ୍ମୀପୁର ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ହିଁ ଏକମାତ୍ର ନେତା ଯିଏକି ପ୍ରଥମେ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା କରିଥିଲେ । ତେବେ ପ୍ରଶାସନ ତାଙ୍କୁ ମଝି ରାସ୍ତାରେ ଗିରଫ କରିଥିଲା । କଂଗ୍ରେସ ପ୍ରତିନିଧି ଦଳ ଲକ୍ଷ୍ମୀପୁର ଖେରୀ ହିଂସା ସମ୍ପର୍କରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି । କୁହାଯାଉଛି ଯେ କଂଗ୍ରେସ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇବାକୁ ରାଷ୍ଟ୍ରପତିଙ୍କୁ ଦାବି କରିଛନ୍ତି । ଏହା ସହିତ ଚାଷୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା ।
Lakhimpur Kheri violence | We told the President that the accused's father who is MoS Home, should be removed from the post as a fair probe is not possible in his presence. Likewise, we also demanded inquiry be done by two sitting judges of Supreme Court: Rahul Gandhi, Congress pic.twitter.com/yn3XgKCHJC
— ANI (@ANI) October 13, 2021
ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଅଭିଯୁକ୍ତର ପିତା ଯିଏକି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ ପଦରୁ ହଟାଯିବା ଉଚିତ୍ । କାରଣ ତାଙ୍କ ଉପସ୍ଥିତିରେ ତଦନ୍ତ ନିରପେକ୍ଷ ହେବ ନାହିଁ । ଏହା ବ୍ୟତୀତ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ଆମେ ଦାବି କରିଛୁ ।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଷ୍ଚ୍ରପତି ନିଜେ ସରକାରଙ୍କ ସହ ଏ ନେଇ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।












Click it and Unblock the Notifications