ଚିନ୍ତା ବଢାଉଛି ଲିଙ୍ଗଗତ ଅନୁପାତ, କମୁଛି ପୁଅ ତୁଳନାରେ ଝିଅଙ୍କ ହାର

2019 ରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଦେଶର ଅଧିକାଂଶ ରାଜ୍ୟରେ 1000 ପୁଅଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା 900 ରହିଛି

ନୂଆଦିଲ୍ଲୀ : ଦେଶରେ ଚିନ୍ତା ବଢାଉଛି ଲିଙ୍ଗଗତ ଅନୁପାତ । ପୁଅଙ୍କ ତୁଲନାରେ କମୁଛି ଝିଅଙ୍କ ହାର । 2019 ରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଦେଶର ଅଧିକାଂଶ ରାଜ୍ୟରେ 1000 ପୁଅଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା 900 ରହିଛି । ଅବଶ୍ୟ କିଛି ରାଜ୍ୟରେ 2018 ଓ 2017 ତୁଳନାରେ 2019ରେ ଲିଙ୍ଗଗତ ଅନୁପାତ ଢେର ବୃଦ୍ଧି ପାଇଛି । ସେହିପରି କିଛି ରାଜ୍ୟରେ ଏସ୍‌ଆରବି ବା ଜନ୍ମର ଲିଙ୍ଗଗତ ଅନୁପାତ ପୂର୍ବାପେକ୍ଷା ହ୍ରାସ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସ୍ୱାଭାବିକ ଭାବେ ଲିଙ୍ଗଗତ ଅନୁପାତ 1000 ପୁଅରେ 952 ରହିବା କଥା । କିନ୍ତୁ ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ଲିଙ୍ଗଗତ ହାର ହ୍ରାସ ପାଉଛି ।

ଝିଅ
ଲିଙ୍ଗଗତ ଅନୁପାତ ଅଧିକ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ ରହିଛି । 2017 ରେ ପ୍ରତି 1000 ପୁରୁଷରେ 921 ଝିଅ ରହିଥିବା ବେଳେ ଦୁଇ ବର୍ଷ ପରେ 2019ରେ ଏହା 903କୁ ଖସି ଆସିଛି । ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ 2019 ରିପୋର୍ଟରେ ଏପରି ତଥ୍ୟ ରହିଛି । ତଥ୍ୟ ଅନୁସାରେ, ଛତିଶଗଡ଼ରେ ଏସଆରବି ସବୁଠାରୁ ଅଧିକ ହ୍ରାସ ଘଟିଛି । 20174 ରେ ଏସଆରବି 926 ଥିବା ବେଳେ 2019 ରେ ଏହା 931 କୁ ଖସି ଯାଇଛି । ତେଲେଙ୍ଗାନା ଏସଆରବିରେ ଉନ୍ନତି ହୋଇଛି । 2017 ରେ ଏଠାରେ ଏସଆରବି 915 ଥିବା ବେଳେ ଏବେ 953 ରେ ପହଞ୍ଚି ଯାଇଛି ।
ଏହା ପରେ ଉତ୍ତରାଖଣ୍ଡରେ ଏସଆରବି 929 ରୁ 960 କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଲିଙ୍ଗଗତ ଅନୁପାତ ବୃଦ୍ଧି ପାଇଛି । 2017 ରାଜ୍ୟରେ ଏସଆରବି 930 ଥିବା ବେଳେ 2018 ରେ ଏହା 928 କୁ ହ୍ରାସ ପାଇଥିଲା । କିନ୍ତୁ 2019 ରେ ଏହା 947 କୁ ବୃଦ୍ଧି ହୋଇଛି ।
ଏହାବ୍ୟତୀତ କେରଳରେ 2017 ରେ 965 ଥିବା ବେଳେ ଏବେ 960 ରହିଛି । କର୍ଣ୍ଣାଟକରେ 949 ରୁ 947 ହୋଇଥିବା ବେଳେ ତାମିଲନାଡୁରେ 932 ରୁ 942 କୁ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ 2019 ରେ ଏସଆରବି 941, ଆନ୍ଧ୍ରରେ 935, ହରିଆଣାରେ 923, ହିମାଚଳରେ 918, ରାଜସ୍ଥାନରେ 916, ପଞ୍ଜାବରେ 914, ଜାମ୍ମୁ-କଶ୍ମୀରରେ 909, ମଧ୍ୟପ୍ରଦେଶରେ 905, ଗୁଜରାଟରେ 901 ରହିଛି ।
କିନ୍ତୁ ଭାରତର ଉତ୍ତର ପୂର୍ବର 6ଟି ରାଜ୍ୟରେ ଏହି ସଂଖ୍ୟା ଅଧିକ ରହିଛି । ଅରୁଣା ଚଳପ୍ରଦେଶରେ ସେକ୍ସ ରେସିଓ 1024 ଥିବା ବେଳେ ନାଗାଲ୍ୟାଣ୍ଡରେ 1001 ଓ ମିଜୋରାମରେ 947 ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+