ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତ୍ୟୁରେ କ୍ଷତିପୂରଣ ପାଇଁ ଛଅ ସପ୍ତାହ ମଧ୍ୟରେ ପ୍ରସ୍ତୁତ କର ମାର୍ଗଦର୍ଶିକା
କୋଭିଡ୍- 19 ମହାମାରୀରେ ମୃତ୍ୟୁବରଣ କରୁଥିବା ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ଛ ସପ୍ତାହ ମଧ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତି କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି
ନୂଆଦିଲ୍ଲୀ : କୋଭିଡ୍- 19 ମହାମାରୀରେ ମୃତ୍ୟୁବରଣ କରୁଥିବା ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ଛ ସପ୍ତାହ ମଧ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତି କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଅନୁକମ୍ପା ରାଶି ନିର୍ଦ୍ଧାରଣ କରିବେ ନାହିଁ । ସରକାର ଆଇନ୍ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଦେଇ ପାରିବେ । ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁକମ୍ପା ଭାବେ ପ୍ରଦାନ ହେବାକୁ ଥିବା ଅର୍ଥରାଶିର ପରିମାଣ 'ଏନ୍ଡିଏମ୍ଏ' ଅଧୀନରେ ଥିବା ଜାତୀୟ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିବେ।

କୋଭିଡ୍- 19 ଜଟିଳତାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ପ୍ରମାଣ ପତ୍ର ଜାରି ବ୍ୟବସ୍ଥା ମଧ୍ୟ ସରଳ କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତି ନିମନ୍ତେ ସୁପ୍ରିମ୍ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କୋଭିଡ୍ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ସରକାର ଦେବାକୁ ଆବେଦନକାରୀ କୋର୍ଟରେ ଦାବି କରିଥିଲେ । କେନ୍ଦ୍ର ସରକାର ପକ୍ଷ ରଖି କହିଥିଲେ ଏତେ ଟଙ୍କା ଅନୁକମ୍ପା ରାଶି ଭାବେ ଦେବା ସମ୍ଭବପର ନୁହେଁ । ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । କୋର୍ଟ କହିଥିଲେ, କୋଭିଡ୍ ମୃତକଙ୍କ ପରିବାରକୁ ଡେଥ୍ ସାର୍ଟିଫିକେଟ୍ ମିଳିବା ପ୍ରକ୍ରିୟାକୁ ସରକାର ସହଜ ସରଳ କରନ୍ତୁ । ଏଥିସହ ଏନଡିଏମଏ ନିଜ କର୍ତ୍ତବ୍ୟ ପାଳନ କରୁ ବୋଲି କୋର୍ଟ କହିଥିଲେ ।












Click it and Unblock the Notifications