ଛ' ଦିନ ପରେ ନକ୍ସଲଙ୍କ କବଳରୁ ମୁକୁଳିଲେ ଅପହୃତ କୋବ୍ରା ଯବାନ ରାକେଶ୍ୱର
ଛତିଶଗଡ଼ ନକ୍ସଲ ଆକ୍ରମଣ ସମୟରେ ଅପହୃତ ହୋଇଥିବା ଭାରତୀୟ କୋବ୍ରା ଯବାନଙ୍କୁ ଛାଡି଼ଦେଇଛନ୍ତି ନକ୍ସଲ । ଯବାନ ରାକେଶ୍ୱର ମାନହସ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଛନ୍ତି ବୋଲି ସୂଚନାଦେଇଛନ୍ତି ବିଜାପୁର ଆରକ୍ଷୀ ଅଧିକ୍ଷକ ।
ନୂଆଦିଲ୍ଲୀ : ଛତିଶଗଡ଼ ନକ୍ସଲ ଆକ୍ରମଣ ସମୟରେ ଅପହୃତ ହୋଇଥିବା ଭାରତୀୟ କୋବ୍ରା ଯବାନଙ୍କୁ ଛାଡି଼ଦେଇଛନ୍ତି ନକ୍ସଲ । ଯବାନ ରାକେଶ୍ୱର ମାନହସ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଛନ୍ତି ବୋଲି ସୂଚନାଦେଇଛନ୍ତି ବିଜାପୁର ଆରକ୍ଷୀ ଅଧିକ୍ଷକ ।

ସୂଚନାଯୋଗ୍ୟ, ଗତ 3 ତାରିଖରେ ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣ ସମୟରେ ରାକେଶ୍ବରରଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ଆଜି ଅପରାହ୍ନରେ ଅପହୃତ ଯବାନ ରାକେଶ୍ବର ସିଂହ ମାନହସ ମୁକୁଳିଛନ୍ତି । ଅପହରଣର 6 ଦିନ ପରେ ରାକେଶ୍ବରଙ୍କୁ ନକ୍ସଲମାନେ ଛାଡ଼ିଛନ୍ତି । ରାକେଶ୍ବରଙ୍କୁ ମୁକ୍ତି ନେଇ ବିଜାପୁର ଏସ୍ପି ସୂଚନା ଦେଇ କହିଛନ୍ତି ଯେ ରାକେଶ୍ବର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ନକ୍ସଲମାନେ ଛାଡ଼ି ଦେଇଛନ୍ତି । ଏନେଇ ଖବର ପ୍ରସାରିତ କରିଛି ଖବର ସରବରାହ ସଂସ୍ଥା ଏଏନ୍ଆଇ ।
CoBRA jawan Rakeshwar Singh Manhas kidnapped by Naxals during Bijapur attack on April 3, has been released by them: Police sources pic.twitter.com/7ikLXFd8Ym
— ANI (@ANI) April 8, 2021
ରାକେଶ୍ୱରଙ୍କ ମୁକୁଳିବା ନେଇ ତାଙ୍କ ପତ୍ନୀ କହିଛନ୍ତି, 'ଆଜି ମୋ ଜୀବନର ସବୁଠାରୁ ଖୁସିର ଦିନ । ମୁଁ ସବୁବେଳେ ତାଙ୍କ ପେରିବାକୁ ଅପେକ୍ଷା କରିଥିଲି । ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି ।' ସେ ଆହୁରି ମଧ୍ୟ କହିଛନ୍ତି, 'ନକ୍ସଲମାନଙ୍କ ଦ୍ୱାରା ସ୍ୱାମୀ ଅପହରଣର ଦିନ ଅତ୍ୟନ୍ତ ଖରାପ ଥିଲା, କିନ୍ତୁ ସେ ଫେରି ଆସିବେ ବୋଲି ମୁଁ ଆଶା ଛାଡି ନଥିଲି । ଯଦିଓ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ନ ପାଇବା ଆମ ପାଇଁ ଏକ ସମସ୍ୟା ଥିଲା, କିନ୍ତୁ ସେମାନଙ୍କର ଅସହାୟତାକୁ ବିଚାର କରି ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।'
ସୂଚନାଯୋଗ୍ୟ, ବିଜାପୁରରେ ଅପ୍ରେଲ 3ରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ 22 ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା । ଘଟଣାର 3 ଦିନ ପରେ ନକ୍ସଲମାନେ ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ ରିଲିଜ ଜରିଆରେ କହିଥିଲେ । ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ । ସରକାର ଦୁଇ ଦିନ କାଳ ମଧ୍ୟସ୍ଥି ଖୋଜିବାରେ ଲାଗିଥିବା ବେଳେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଛନ୍ତି । ପ୍ରେସ ରିଲିଜ୍ର ଗୋଟିଏ ଦିନ ପରେ ନକ୍ସଲମାନେ ରାକେଶ୍ୱରଙ୍କ ଫଟୋ ସେୟାର କରିଥିଲେ ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications