For Quick Alerts
Turn On Notification  
For Daily Alerts
Oneindia App Download

ଛ' ଦିନ ପରେ ନକ୍ସଲଙ୍କ କବଳରୁ ମୁକୁଳିଲେ ଅପହୃତ କୋବ୍ରା ଯବାନ ରାକେଶ୍ୱର

ଛତିଶଗଡ଼ ନକ୍ସଲ ଆକ୍ରମଣ ସମୟରେ ଅପହୃତ ହୋଇଥିବା ଭାରତୀୟ କୋବ୍ରା ଯବାନଙ୍କୁ ଛାଡି଼ଦେଇଛନ୍ତି ନକ୍ସଲ । ଯବାନ ରାକେଶ୍ୱର ମାନହସ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଛନ୍ତି ବୋଲି ସୂଚନାଦେଇଛନ୍ତି ବିଜାପୁର ଆରକ୍ଷୀ ଅଧିକ୍ଷକ ।

|

ନୂଆଦିଲ୍ଲୀ : ଛତିଶଗଡ଼ ନକ୍ସଲ ଆକ୍ରମଣ ସମୟରେ ଅପହୃତ ହୋଇଥିବା ଭାରତୀୟ କୋବ୍ରା ଯବାନଙ୍କୁ ଛାଡି଼ଦେଇଛନ୍ତି ନକ୍ସଲ । ଯବାନ ରାକେଶ୍ୱର ମାନହସ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଛନ୍ତି ବୋଲି ସୂଚନାଦେଇଛନ୍ତି ବିଜାପୁର ଆରକ୍ଷୀ ଅଧିକ୍ଷକ ।

rakeswar-singh-Manhas

ସୂଚନାଯୋଗ୍ୟ, ଗତ 3 ତାରିଖରେ ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣ ସମୟରେ ରାକେଶ୍ବରରଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ଆଜି ଅପରାହ୍ନରେ ଅପହୃତ ଯବାନ ରାକେଶ୍ବର ସିଂହ ମାନହସ ମୁକୁଳିଛନ୍ତି । ଅପହରଣର 6 ଦିନ ପରେ ରାକେଶ୍ବରଙ୍କୁ ନକ୍ସଲମାନେ ଛାଡ଼ିଛନ୍ତି । ରାକେଶ୍ବରଙ୍କୁ ମୁକ୍ତି ନେଇ ବିଜାପୁର ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ରାକେଶ୍ବର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ନକ୍ସଲମାନେ ଛାଡ଼ି ଦେଇଛନ୍ତି । ଏନେଇ ଖବର ପ୍ରସାରିତ କରିଛି ଖବର ସରବରାହ ସଂସ୍ଥା ଏଏନ୍ଆଇ ।

ରାକେଶ୍ୱରଙ୍କ ମୁକୁଳିବା ନେଇ ତାଙ୍କ ପତ୍ନୀ କହିଛନ୍ତି, 'ଆଜି ମୋ ଜୀବନର ସବୁଠାରୁ ଖୁସିର ଦିନ । ମୁଁ ସବୁବେଳେ ତାଙ୍କ ପେରିବାକୁ ଅପେକ୍ଷା କରିଥିଲି । ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି ।' ସେ ଆହୁରି ମଧ୍ୟ କହିଛନ୍ତି, 'ନକ୍ସଲମାନଙ୍କ ଦ୍ୱାରା ସ୍ୱାମୀ ଅପହରଣର ଦିନ ଅତ୍ୟନ୍ତ ଖରାପ ଥିଲା, କିନ୍ତୁ ସେ ଫେରି ଆସିବେ ବୋଲି ମୁଁ ଆଶା ଛାଡି ନଥିଲି । ଯଦିଓ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ନ ପାଇବା ଆମ ପାଇଁ ଏକ ସମସ୍ୟା ଥିଲା, କିନ୍ତୁ ସେମାନଙ୍କର ଅସହାୟତାକୁ ବିଚାର କରି ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।'

ସୂଚନାଯୋଗ୍ୟ, ବିଜାପୁରରେ ଅପ୍ରେଲ 3ରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ 22 ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା । ଘଟଣାର 3 ଦିନ ପରେ ନକ୍ସଲମାନେ ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ ରିଲିଜ ଜରିଆରେ କହିଥିଲେ । ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ । ସରକାର ଦୁଇ ଦିନ କାଳ ମଧ୍ୟସ୍ଥି ଖୋଜିବାରେ ଲାଗିଥିବା ବେଳେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଛନ୍ତି । ପ୍ରେସ ରିଲିଜ୍‌ର ଗୋଟିଏ ଦିନ ପରେ ନକ୍ସଲମାନେ ରାକେଶ୍ୱରଙ୍କ ଫଟୋ ସେୟାର କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CoBRA Jawan Rakeswar Singh Manhas Released From Naxal.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X