ବିଦ୍ୟୁତ ଅଭାବ : କୋଇାଲା ଯୋଗାଣ ନେଇ ବଢିଲା ମାଲବାହୀ ଟ୍ରେନ୍ ସଂଖ୍ୟା, ବାତିଲ ହୋଇଛି କେତେ ଯାତ୍ରୀବାହୀ ଗାଡ଼ି
ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି, ଯେଉଁଥିରେ କିଛି ଯାତ୍ରୀବାହୀ ଟ୍ରେନ୍ ବାତିଲ ହୋଇଛି, ଯାହା ଦ୍ୱାରା କୋଇଲା ପରିବହନ କରୁଥିବା ମାଲ ବୁହା ଟ୍ରେନର ଯାତାୟତ ସୁବିଧା ହୋଇପାରିବ ।
ନୂଆଦିଲ୍ଲୀ : ପ୍ରବଳ ଉତ୍ତାପ ଯୋଗୁଁ ଦେଶରେ ବିଦ୍ୟୁତର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି, ଯେଉଁଥିପାଇଁ ପୁଣି ଥରେ ଦେଶବ୍ୟାପୀ କୋଇଲା ସଙ୍କଟ ଦେଖାଦେଇଛି । ଏହାର ମୁକାବିଲା ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି, ଯେଉଁଥିରେ କିଛି ଯାତ୍ରୀବାହୀ ଟ୍ରେନ୍ ବାତିଲ ହୋଇଛି, ଯାହା ଦ୍ୱାରା କୋଇଲା ପରିବହନ କରୁଥିବା ମାଲ ବୁହା ଟ୍ରେନର ଯାତାୟତ ସୁବିଧା ହୋଇପାରିବ । ଆଗାମୀ ଦିନରେ ଏହି ପଦକ୍ଷେପ ସ୍ଥିତିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।

ବାସ୍ତବରେ ଦେଶରେ ବିଦ୍ୟୁତ୍ ଉତ୍ପାଦନର 70 ପ୍ରତିଶତ କୋଇଲା ଉପରେ ନିର୍ଭରଶୀଳ । କୋଇଲା ଯୋଗାଣ ନହେବା କାରଣରୁ ଦେଶର ଅନେକ ସ୍ଥାନରେ ବିଦ୍ୟୁତ କାଟ ହେଉଛି । ଏହା ବ୍ୟତୀତ ଶିଳ୍ପ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ଅର୍ଥନୀତି ମଧ୍ୟ ବିପଦରେ ରହିଛି । ଏଭଳି ପରିସ୍ଥିତିରେ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି, ଯେଉଁଥିପାଇଁ ଯାତ୍ରୀବାହୀ ଟ୍ରେନ୍ ବାତିଲ କରି କୋଇଲା ଟ୍ରେନ୍ ଚଳାଚଳ ପାଇଁ ଏକ ପ୍ରତିବନ୍ଧକମୁକ୍ତ ମାର୍ଗ ପ୍ରସ୍ତୁତ କରାଯାଉଛି ।
ଏହି ପ୍ରସଙ୍ଗରେ ଭାରତୀୟ ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌରବ କୃଷ୍ଣ ବଂସଲ କହିଛନ୍ତି ଯେ ଏହି ପଦକ୍ଷେପ ସାମୟିକ ଏବଂ ପରିସ୍ଥିତି ସ୍ୱାଭାବିକ ହେବା ମାତ୍ରେ ଯାତ୍ରୀ ସେବା ପୁନଃ ସ୍ଥାପିତ ହେବ । ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ପରିବହନ ପାଇଁ ସମୟ ହ୍ରାସ କରିବା ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ସେମାନଙ୍କର ପ୍ରୟାସ । ସେ ଆହୁରି ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ ଶୀଘ୍ର ପରିସ୍ଥିତି ସ୍ୱାଭାବିକକୁ ଫେରିବ ।
ଆପଣଙ୍କ କହି ରଖୁଛୁ କୋଇଲା ଯୋଗାଣରେ ବ୍ୟାଘାତ ପାଇଁ ଭାରତୀୟ ରେଳବାଇକୁ ଅନେକ ସମୟରେ ଦାୟୀ କରାଯାଏ କାରଣ ମାଲବାହୀ ଟ୍ରେନର ଅଭାବ ଯୋଗୁଁ ବହୁ ଦୂରକୁ କୋଇଲା ପରିବହନ କରିବା କଷ୍ଟକର ହୋଇପଡିଛି । ବେଳେବେଳେ ଯାତ୍ରୀବାହୀ ଟ୍ରେନ୍ ଯୋଗୁଁ ମାଲବାହୀ ଟ୍ରେନ୍ କୁ ମଧ୍ୟ ବନ୍ଦ ରୋକି ଦିଆଯାଏ, ଯାହା ପରିବହନରେ ବିଳମ୍ବ ଘଟାଇଥାଏ । ଏହା ସତ୍ତ୍ୱେ କୋଇଲା ପରିବହନ ପାଇଁ ପ୍ଲାଣ୍ଟ ଅପରେଟରମାନଙ୍କ ପ୍ରଥମ ପସନ୍ଦ ଟ୍ରେନ୍ ରହିଛି ।












Click it and Unblock the Notifications