ବିବାଦୀୟ ଟ୍ୱିଟ୍ ଅଭିଯୋଗରେ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈର ଗିରଫ, ରିମାଣ୍ଡରେ ନେଲା ପୋଲିସ୍
ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଗିରଫ କରାଯାଇଛି । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତକାଲି ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ଏବେ ଜୁବୈରଙ୍କୁ ଏକ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି ।
ନୂଆଦିଲ୍ଲୀ : ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଗିରଫ କରାଯାଇଛି । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତକାଲି ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ଏବେ ଜୁବୈରଙ୍କୁ ଏକ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ତାଙ୍କୁ ଦ୍ୱାରକାସ୍ଥିତ ଦିଲ୍ଲୀ ପୋଲିସର ଆଇଏଫଏସଓ ସ୍ପେଶାଲ ସେଲକୁ ଅଣାଯାଇଛି । ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ ଆଇନଗତ ସହାୟତା ଯୋଗାଇବା ପାଇଁ କୋର୍ଟ ମହମ୍ମଦ ଜୁବୈରଙ୍କ ଓକିଲଙ୍କୁ ଦିନକୁ ଥରେ ପୋଲିସ ହେପାଜତରେ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି ।

ଧାର୍ମିକ ଭାବନାକୁ ଆଘାତ ଦେବା ସହ ସମନ୍ୱୟ ରକ୍ଷା କରିବା ପାଇଁ ସୋମବାର ଦିନ ଦିଲ୍ଲୀ ପୋଲିସ ଦ୍ୱାରା ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ଅଲ୍ଟନ୍ୟୁଜ୍ ର ସହ-ପ୍ରତିଷ୍ଠାତା ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଗିରଫ କରାଯାଇଛି । ତାଙ୍କ ଗିରଫଦାରୀ ସମ୍ପର୍କରେ ଅଲ୍ଟନ୍ୟୁଜ୍ ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି ଯେ ମହମ୍ମଦ ଜୁବୈରଙ୍କୁ ଅଲଗା ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ଡକାଯାଇଥିଲା, କିନ୍ତୁ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ଗିରଫ ପାଇଁ କୌଣସି ନୋଟିସ ଦିଆଯାଇ ନ ଥିବା ପ୍ରତୀକ ଅଭିଯୋଗ କରିଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ଏଫଆଇଆର କପି ମଧ୍ୟ ଦିଆଯାଉ ନାହିଁ ବୋଲି ସେ କହିଛନ୍ତି ।
ଅଭିଯୋଗ ହୋଇଛି ଯେ ଫ୍ୟାକ୍ଟ ଚେକ୍ ନାମରେ ପ୍ରଚାର ୱେବସାଇଟ୍ ଚାଲିଛି । ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈର୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଅନେକ ଟ୍ୱିଟ୍ ଡିଲିଟ୍ କରିଛନ୍ତି । ହକ୍ ଆଇ ଟ୍ୱିଟ୍ କରି ଜୁବୈରଙ୍କ ଟ୍ୱିଟର କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଛି । ହକ୍ ଆଇ ଟ୍ୱିଟ୍ ନିଜ ଟ୍ୱିଟ୍ ରେ ଦର୍ଶାଇଛି ଯେ ହାରାହାରି 44 ଟ୍ୱିଟ୍ କରୁଥିବା ଜୁବୈର ବର୍ତ୍ତମାନ ଦିନକୁ ମାତ୍ର 2 ଟ୍ୱିଟ୍ କରୁଛନ୍ତି । ଟ୍ୱିଟର ଗ୍ରାଫରୁ ଏହା ଜଣାପଡିଛି ଯେ ଜୁନ 20 ରେ ଜୁବୈର ତାଙ୍କ ଆକାଉଣ୍ଟରୁ 28 ଟି ଟ୍ୱିଟ ଡିଲିଟ କରିଦେଇଛନ୍ତି ।
ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଜୁବୈର ମହମ୍ମଦ ମାମଲାରେ ତାଙ୍କ ବିବୃତ୍ତିକୁ ଭୁଲ ଉପସ୍ଥାପନ କରିଥିଲେ । ଯାହା ପରେ ସେ ମୌଳିକବାଦୀଙ୍କଠାରୁ ଧମକ ପାଇଥିଲେ । ଏହା ପୂର୍ବରୁ ଜୁବୈର ସାଧୁ ୟତି ନରସିଂହାନନ୍ଦ, ବଜରଙ୍ଗ ମୁନି ଏବଂ ଆନନ୍ଦ ସ୍ୱରୂପଙ୍କୁ ଘୃଣାର ପ୍ରସାରକାରୀ ବୋଲି ବର୍ଣ୍ଣନା କରି ଟ୍ୱିଟ କରିଥିଲେ ।












Click it and Unblock the Notifications