Get Updates
Get notified of breaking news, exclusive insights, and must-see stories!

ଛତିଶଗଡ ନକ୍ସଲ ହାମଲା : ଶହୀଦଙ୍କ ପରିବାରକୁ 50 ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ଯୋଗୀ

ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ହେଡ୍ କନେଷ୍ଟବଳ ରାଜ କୁମାର ଯାଦବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 50 ଲକ୍ଷ ଟଙ୍କା ମୂଲ୍ୟର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଅଯୋଧ୍ୟା : ଶନିବାର ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ଶହୀଦ୍ ହୋଇଛନ୍ତି । ଶହିଦଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ସୁପୁତ୍ର ରାଜକୁମାର ଯାଦବ । ରାଜକୁମାରଙ୍କ ଶହୀଦ୍ ହେବାର ଖବର ପାଇବା ପରେ ସାରା ଅଯୋଧ୍ୟାରେ ଶୋକର ଛାୟା ଖେଳିବା ସହ ପରିବାରର ସଦସ୍ୟ ଭାଙ୍ଗି ପଡ଼ିଛନ୍ତି । ଏହି ଖବର ପାଇବା ପରେ ଅଯୋଧ୍ୟାର ଜିଲ୍ଲାପାଳ ଅନୁଜ କୁମାର ଝା ଏବଂ ଏସଏସପି ଶୈଳେଶ ପାଣ୍ଡେ ମଧ୍ୟ ଶହୀଦ ଯବାନଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହିତ ଅଯୋଧ୍ୟାର ମେୟର ହୃଷିକେଶ ଉପାଧ୍ୟାୟ କହିଛନ୍ତି ଯେ, ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ହେଡ୍ କନେଷ୍ଟବଳ ରାଜ କୁମାର ଯାଦବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 50 ଲକ୍ଷ ଟଙ୍କା ମୂଲ୍ୟର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

RajKumar-Yogi

ପିଲାଦିନରୁ ଦେଶ ସେବା କରିବାକୁ ଥିଲେ ଆଗ୍ରହୀ

ବିଜାପୁରରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ରାଜକୁମାର ଯାଦବ ଅଯୋଧ୍ୟାରେ ରଣୋପାଲିର ବାସିନ୍ଦା । ଶହୀଦଙ୍କ ପିତା ସୁରଜ ଲାଲ ଯାଦବ କହିଛନ୍ତି ଯେ, ତାଙ୍କ ପୁଅ 1995 ରେ CRPF ରେ ଯୋଗ ଦେଇଥିଲେ । ପିଲାଦିନରୁ ତାଙ୍କର ଦେଶ ସେବା କରିବାକୁ ଆଗ୍ରହ ଥିଲା । ଶହୀଦ ରାଜକୁମାର ତିନି ଭାଇଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ । ତାଙ୍କର ଏକ ପତ୍ନୀ ଏବଂ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଉଭୟ ଅଯୋଧ୍ୟା ଏକାଡେମୀରେ ଅଧ୍ୟୟନ କରନ୍ତି । କୁହାଯାଉଛି ଯେ ଶହୀଦ ଯବାନଙ୍କ ମା କର୍କଟ ରୋଗରେ ପୀଡିତ ଅଛନ୍ତି । ଶହୀଦଙ୍କ ଭାଇ କହିଛନ୍ତି ଯେ ଘଟଣାର ଦୁଇ ଦିନ ପୂର୍ବରୁ ସେ ଭାଇଙ୍କ ସହ କଥା ହୋଇଥିଲେ ।

ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ସୈନିକଙ୍କ ଶହୀଦ ହେବାନେଇ ମୁଖ୍ୟମନ୍ତ୍ରୀ ଯୋଗ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେ ଅଯୋଧ୍ୟାର ରାଜକୁମାର ଯାଦବଙ୍କ ବ୍ୟତୀତ ଚାନ୍ଦୌଲିର ଧର୍ମଦେବ କୁମାର ମଧ୍ୟ ସହିଦ ହୋଇଛନ୍ତି । ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଉଭୟଙ୍କ ପରିବାରର ସଦସ୍ୟଙ୍କୁ ଚାକିରୀ ଦେବା ଏବଂ ଶହୀଦଙ୍କ ଘର ଜିଲ୍ଲାରେ ତାଙ୍କ ନାମରେ ଏକ ରାସ୍ତାର ନାମକରଣ କରିବା ବ୍ୟତୀତ ଉଭୟଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+