Get Updates
Get notified of breaking news, exclusive insights, and must-see stories!

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ : ମାନବତା ଆଧାରରେ ପ୍ରତ୍ୟାହାର କର କୃଷକ ଆନ୍ଦୋଳନ

ଅନେକ ଦିନ ଧରି ହରିୟାଣା-ଦିଲ୍ଲୀ ସୀମାରେ ଚାଲିଥିବା କୃଶକ ଆନ୍ଦୋଳନକୁ ଶେଷ କରି ନିଜ ନିଜ ଘରକୁ ଫେରିବାକୁ ଅପିଲ୍ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ଚଣ୍ଡିଗଡ଼ : ଅନେକ ଦିନ ଧରି ହରିୟାଣା-ଦିଲ୍ଲୀ ସୀମାରେ ଚାଲିଥିବା କୃଶକ ଆନ୍ଦୋଳନକୁ ଶେଷ କରି ନିଜ ନିଜ ଘରକୁ ଫେରିବାକୁ ଅପିଲ୍ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । କରୋନା ମହାମାରୀର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ମାନବିକତା ଆଧାରରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ବିରୋଧ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମ୍ବିଧାନିକ ଅଧିକାର । ଯଦି ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହୁଏ, ତେବେ ସରକାରଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ କରୋନାର ବିସ୍ତାରକୁ ନେଇ ଉତ୍ପନ୍ନ ପରିସ୍ଥିତି ଗୁରୁତର ବିଷୟ । ପ୍ରଦର୍ଶନକାରୀ ମାନେ ଭିଡ଼ ଭାଙ୍ଗି ସୀମା ଖାଲି କରିବା ଉଚିତ୍ ।"

manohar-lal-khattar

ସୂଚନାନୁସାରେ, କରୋନା ମହାମାରୀର ଅବସ୍ଥା ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଏକ ବୈଠକ ଡକାଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ କୋଭିଡ -19 ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଏଭଳି ପରିସ୍ଥିତିରେ ବିରୋଧ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକମାନେ ମାନବିକତା ଆଧାରରେ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବା ଉଚିତ୍ । ସ୍ଥିତିରେ ସୁଧାର ଆସିବା ପରେ ସେମାନେ ନିଜର ପ୍ରଦର୍ଶନ ଜାରି ରଖିପାରିବେ ବୋଲି ମଧ୍ୟ ସେ କୃଷକମାନଙ୍କୁ ଅପିଲ୍ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲା ଡେପୁଟି କମିଶନରଙ୍କୁ ମଧ୍ୟ ବିରୋଧୀ ଚାଷୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ମନାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସପ୍ତାହ ପୂର୍ବରୁ ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜେ ଏହା ମଧ୍ୟ କହିଥିଲେ, କରୋନା ପୁଣି ଥରେ ଦ୍ରୁତ ଗତିରେ ବଢୁଛି, ଏହି ସମୟରେ ରାଜ୍ୟ ସୀମାରେ କୃଷକଙ୍କ ଏତେ ବିଶାଳ ସମାବେଶ ଲାଗି ରହିଛି । ଜନସାଧାରଣଙ୍କ ସହିତ କୃଷକମାନଙ୍କୁ ମଧ୍ୟ କରୋନା ସଂକ୍ରମଣର ସୁରକ୍ଷା କରିବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତିର ମୁକାବିଲା ପାଇଁ ମୁଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ଚିଠି ଲେଖିବାକୁ ଯାଉଛି ଯାହା ଦ୍ୱାରା ଚାଷୀଙ୍କ ସହ କଥାବାର୍ତ୍ତା ପୁଣି ଆରମ୍ଭ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+